ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ଗଞ୍ଜେଇ

ଏମ୍‌ଭି-୭୯,୬।୫(ଡି.ଏନ୍‌.ଏ.): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଏମ୍‌ଭି-୭୯ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଗଞ୍ଜେଇ ଜବତ ହୋଇଛି। ଏକ ବାଇକ୍‌(ଓଡି୩୩ଏଡି-୩୧୭୭)ରେ ୨ଜଣ ଯୁବକ ଏକ ବସ୍ତାରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ଯାଞ୍ଚ ସେମାନଙ୍କୁ ଧରିଥିଲା। ପୋଲିସ ତାଙ୍କଠାରୁ ୨୨ କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ୨ଜଣଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି। ସେ ହେଲେ ଶିବ ମାଡକାମୀ(୧୯)। ତାଙ୍କ ଘର କାଲିମେଳା ଅଞ୍ଚଳର ପାନିମେଟାଲା ଗ୍ରାମରେ। ଅନ୍ୟ ଜଣେ ୧୭ ବର୍ଷର ନାବାଳକ ଅଛନ୍ତି ବୋଲି ଥାନା ଅଧିକାରୀ ମୁକୁନ୍ଦ ମେଲକା କହିଛନ୍ତି। ଏସ୍‌ଆଇ ସଞ୍ଜୟ କୁମାର ବଡସେଠି ଏବଂ ଏଏସ୍‌ଆଇ ରାଜେନ୍ଦ୍ର କୁମାର ପାଙ୍ଗି ଯାଞ୍ଚରେ ସାମିଲ ହୋଇଥିଲେ। ଏନେଇ ଏକ ମାମଲା(ନଂ. ୪୨/୨୨) ରୁଜୁ ହୋଇଛି।