ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…

ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍‌ ଅଧିକ। ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିବା ଉନ୍ନତ ମାନର ଗଞ୍ଜେଇ କିଣିବା ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ଅମଳ ପରେ ଗଞ୍ଜେଇଗୁଡିକୁ ଭଲଭାବେ ପ୍ୟାକିଂ କରି ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀ ଭଳି ରାଜ୍ୟକୁ ଚାଲାଣ କରାଯାଉଛି। ପୋଲିସ ଓ ଅବକାରୀ ବିଭାଗର ଧ୍ୟାନ ହଟାଇବା ପାଇଁ ବ୍ୟବସାୟୀମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଗୁରୁବାର ଅଶୋକ ଲିଲାଣ୍ଡ ପିକ୍‌ଅପ ଭ୍ୟାନ୍‌(ନଂ. ଏମ୍‌ଏଚ୪୦ବିଜି-୫୦୬୫)ରେ ମହାରାଷ୍ଟ୍ରର ନାଗପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ସୋନପୁର ପୋଲିସ ଏହାକୁ ଧରିଛି। ବ୍ୟବସାୟୀ ପିଆଜ ବସ୍ତା ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ। ଭ୍ୟାନ୍‌ଟି ବିଶିମୁଣ୍ଡା ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲା। ପୋଲିସ ଟିମ୍‌ ସନ୍ଦେହରେ ତନଖି କରିବା ସମୟରେ ୧୦ବସ୍ତା ପିଆଜ ମଝିରେ ଗଞ୍ଜେଇ ଠାବ ହୋଇଥିଲା। ୩ଟି ପ୍ୟାକେଟ୍‌ରୁ ୫କିଲୋ ଗଞ୍ଜେଇ ମିଳିଛି। ଏହି ଘଟଣାରେ ଟ୍ରକ ଡ୍ରାଇଭର ନାଗପୁର ଜିଲା ଶାନ୍ତିନଗରପଡା ଅଞ୍ଚଳର ଅବଦୁଲ କଲିମ ଖାନ(୫୮)ଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ନିକଟରୁ ୧ଲକ୍ଷ ୪୭ହଜାର ଟଙ୍କା ଜବତ ହୋଇଛି। ପୋଲିସ ଭ୍ୟାନ୍‌, ଗଞ୍ଜେଇ ଓ ଟଙ୍କା ଜବତ କରିଛି। ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଥାନା ପରିସରରେ ପହଞ୍ଚତ୍ ମାମଲାର ଅନୁଧ୍ୟାନ କରିଛନ୍ତି। ତଦନ୍ତ ଜାରି ରହିଛି ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ଏସ୍‌ଆଇ ପ୍ରଭାତି ଦାଶଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଏସଆଇ ଦିପ୍ତି ରଞ୍ଜନ ଡିଗାଲ ମାମଲାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri