ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହିତ ଏକ ଅଟୋ (ନଂ-ଓଡି୧୭ଏସ୍ ୫୨୨୭) ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ, ଚୋରଗ୍ରିଣ୍ଡୋଲା ଗ୍ରାମର ଶଙ୍କର ଭୁଏ(୩୨) । ତାଙ୍କ ପାଖରୁ ଏକ ମୋବାଇଲ ମଧ୍ୟ ଜବତ ହୋଇଛି । ଏ ନେଇ ଭଟଲି ଥାନାରେ ଏକ ମାମଲା (ନଂ-୩୨୨/୨୬) ରୁଜୁ ହୋଇଛି । ପୋଲିସ ଏ ନେଇ ଅଧିକ ତଦନ୍ତ ଚଲାଇଛି ।