ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ। ଛତିଶଗଡ଼ ଅଞ୍ଚଳ ବସ୍ତର ଜିଲାର ମଣିକାନ୍ତା ନାମକ ଜଣେ ଯୁବକ ନିଜ ଦେହରେ ୭ କେଜି ଗଞ୍ଜେଇ ଭର୍ତ୍ତି କରି ସେଲୋ ଟେପ୍‌ ଦ୍ବାରା ଗୁଡ଼ାଇ ହେବା ସହ ଗୋଟିଏ ବ୍ୟାଗ୍‌ରେ ୧୫ କେଜି ଗଞ୍ଜେଇ ଧରି ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ।

ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍‌ଡିପିଓ ସନ୍ଦୀପ ମାଝିଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବସ୍‌କୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ। ଜବତ ଗଞ୍ଜେଇକୁ ଓଜନ କରିବାରୁ ୨୨ କେଜି ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି। ଉକ୍ତ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।