ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି: ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୧୦।୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆମାନେ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି। ଏଭଳିସ୍ଥିତିରେ ବାଲିଗୁଡ଼ା ପୋଲିସ ପାଟ୍ରୋଲିଂ ବେଳେ ୩୮ କିଲୋ ଗଞ୍ଜେଇ ସହ ଘଟଣାସ୍ଥଳରୁ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି।

ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ପୋଲିସକୁ ଏକ ଖବର ମିଳିଥିଲା। ଏନେଇ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ବାଲିଗୁଡା ଥାନା ଅଧୀନ ସିପାଞ୍ଜିରୀ-ଡାମିକିଆ ରାସ୍ତା ପାର୍ଶ୍ୱ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ଦୁଇ ଗଞ୍ଜେଇ ବ୍ୟବସାୟୀ ବାରା ମଲ୍ଲିକ ଏବଂ ବିଟୁ ମଲ୍ଲିକଙ୍କୁ ଧରିବାରେ ସଫଳ ହୋଇଥିଲେ। ପୋଲିସ ତାଙ୍କଠାରୁ ୩୮ କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ବାଲିଗଡ଼ା ଥାନା ପୋଲିସ ଏକ ମାମଲା(ନଂ.୬୦/୨୦୨୪) ରୁଜୁ କରି ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।