କୋରିଅରରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟ୍ରେନ୍‌ରେ ଯାଞ୍ଚ କଡ଼ାକଡ଼ି ହେଉଥିବାରୁ କୋରିଅରରେ ଗଞ୍ଜେଇ ଚାଲାଣ ହେଉଛି। ଭୁବନେଶ୍ୱରରେ ଭଡ଼ାରେ ରହି ଅଣଓଡ଼ିଆ ଯୁବକମାନେ ଏହି ବେଆଇନ ବେପାର କରୁଛନ୍ତି। ଗଜପତିରୁ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସ ହାତରେ ଧରାପଡିଛି। ର଼୍ୟାକେଟରେ ସମ୍ପୃକ୍ତ ୨ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଗଣ୍ଡାବସ୍ତି ଜିଲା କର୍ନାଲଗଞ୍ଜ ଥାନା ଅଞ୍ଚଳର ଅନିରୁଦ୍ଧ କୁମାର ମିଶ୍ରା(୩୦) ଓ ଗାଜିଆବାଦ ଜିଲା ଖୋରା ଥାନା ଅଞ୍ଚଳର ମିନିଷ କୁମାର(୩୨)। ଏମାନଙ୍କଠାରୁ ୩ଟି ବାକ୍ସରେ ଭର୍ତ୍ତି ହୋଇଥିବା ୪୫ କେଜି ୧୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ହେବ। ଏନେଇ ପୋଲିସ ଏକ ମାମଲା (ନଂ-୩୪୦/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ତେବେ ଏମାନେ ଓଡ଼ିଶାରୁ କେତେଥର କାହାପାାଖକୁ ଗଞ୍ଜେଇ ଚାଲାଣ କରିଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ୩ ମାସ ହେବ ଓଡିଶା ଆସି ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରିଥିଲେ। ମଞ୍ଚେଶ୍ୱର ଥାନା ଶବର ସାହିରେ ଏକ ଘର ଭଡା ନେଇ ରହୁଥିଲେ। ଗଜପତି ଜିଲା ମୋହନା ବ୍ଲକରେ କେତେଜଣ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ରହୁଥିଲେ। ଏମାନେ ଟଙ୍କା ପଠାଇବା ପରେ ସେମାନେ ଗଞ୍ଜେଇକୁ ପ୍ୟାକିଙ୍ଗ କରି ବସ୍‌ ଯୋଗେ ଭୁବନେଶ୍ୱର ପଠାଉଥିଲେ। ଏହାପରେ ଉକ୍ତ ଗଞ୍ଜେଇକୁ ଭଡାଘରକୁ ଆଣି କପଡ଼ା ଗୁଡ଼ାଇ ବାକ୍ସରେ ଅଭିନବ ଉପାୟରେ ପାକିଂ କରୁଥିଲେ। ବାକ୍ସର ତଳଭାଗରେ ଗଞ୍ଜେଇ ରଖି ଉପରଭାଗରେ କପଡା ରଖି ରସୁଲକଡ଼ ଶିଳ୍ପାଞ୍ଚଳସ୍ଥିତ ଏକ କୋରିଅର ସହାୟତାରେ ଦିଲ୍ଲୀ ପଠାଉଥିଲେ। ଉକ୍ତ ଗଞ୍ଜେଇକୁ ରିସିଭ କରିବାକୁ ତାଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଚାଲିଯାଆନ୍ତି। ସେ ସେଠାରେ ଗଞ୍ଜେଇ ନେଇ ଠିକଣା ଜାଗାରେ ପହଞ୍ଚାଇଥାନ୍ତି। ତେବେ ୧୦ ଦିନ ତଳେ ଏକ ଗଞ୍ଜେଇ ବାକ୍ସକୁ ଦିଲ୍ଲୀ ପୋଲିସ ଧରିଥିଲା। ହେଲେ ସେତେବେଳେ ଏମାନେ ପୋଲିସ କବଳରୁ ଖସି ପଳାଇ ଆସିଥିଲେ। ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ କୋରିଅର ସଂସ୍ଥାକୁ ନୋଟିସ କରିଥିଲା। ତେବେ ଶନିବାର ଦୁଇ ଅଭିଯୁକ୍ତ ପୁଣି ଗଞ୍ଜେଇ ପ୍ୟାକ୍‌ କରି ଉକ୍ତ କୋରିଅର କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ସେଠାରେ ଥିବା କର୍ମଚାରୀ ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri