କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୪।୫: ଅବକାରୀ ଗୁଇନ୍ଦା ଟିମ୍‌ ଗୁରୁବାର ଗଞ୍ଜାମ ଜିଲା ଚିକିଟି ଧାନଘର ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ ହେଉଥିଲା। ଘଟଣାସ୍ଥଳରୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଟ୍ରକ, କାର, ଦୁଇଟି ବାଇକ ଜବତ କରାଯାଇଛି। ଗଞ୍ଜେଇ ଚାଲାଣକାରୀ ତଥା କିଙ୍ଗପିନଙ୍କୁ ପୋଲିସ ଗିରଫ କରିଛି। ସେ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ଅଢାସିଙ୍ଗି ଗ୍ରାମର ବିକ୍ରମ କୁମାର ସୁବୁଦ୍ଧି(୨୬)। ଏହି ରାକେଟରେ ସାମିଲ ଥିବା କିଙ୍ଗପିନଙ୍କ ଅନ୍ୟ ତିନିଜଣ ସହଯୋଗୀ ଅବକାରୀ ଟିମ୍‌କୁ ଚକମା ଦେଇ ଚମ୍ପଟ ମାରିଥିଲେ। ଉକ୍ତ ଜବତ ଗଞ୍ଜେଇ ମୁମ୍ବାଇ ଚାଲାଣ ହୋଇଥାନ୍ତା ବୋଲି ଅଭିଯୁକ୍ତଙ୍କୁ ଜେରା ବେଳେ ଟିମ୍‌ ଜାଣିବାକୁ ପାଇଛି। ଗଜପତି ଅଞ୍ଚଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ କନିଷି ଅଞ୍ଚଳରେ ମହଜୁଦ ରଖାଯାଇଥିଲା। ବୁଧବାର ରାତିରେ ଉକ୍ତ ଗଞ୍ଜେଇ ଚିକିଟି ଅଞ୍ଚଳକୁ ନିଆଯାଇ ସେଠାରେ ଏକ ଟ୍ରକରେ ଭର୍ତ୍ତି କରାଯାଇ ତାହାକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡିଛି। ଅବକାରୀ ମାମଲା ନମ୍ବର ୬୫/୨୩-୨୪ ଅନୁଯାଇ ବିକ୍ରମଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ, ଟ୍ରକ, କାର, ବାଇକ୍‌ର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତି ୪ଟା ସମୟରେ ଚିକିଟି ଧାନଘର ଛକରୁ କେଲୁଆ ଛକ ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରାଯାଉଥିବା ନେଇ ଅବକାରୀ ଟିମ୍‌ ଖବର ପାଇଥିଲା। ସେଠାରେ ଚଢ଼ାଉ କରି ଟ୍ରକ ନମ୍ବର ଏଚଆର ୩୮କ୍ୟୁ – ୯୮୫୭ ଗା ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରେ ଥିବା ୬୪ ପକେଟରେ ଗଞ୍ଜେଇ ଓ ମୋଟ ୩୨୦ କେଜି ଗଞ୍ଜେଇ ଜବତ କରିଛି। ସେହିପରି ଏହି ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ହୋଇଥିବା ଏକ କାର ନମ୍ବର ୟୁପି-୧୬ଏଜେ – ୯୯୯୮, ଗୋଟିଏ ବୁଲେଟ ନମ୍ବର ଓ ୦୭ଏଜି- ୦୦୯୭ ଓ ଗୋଟିଏ ଟିଭିଏସ ଅପାଚି ନମ୍ବର ଓ ୩୨ଏଚ- ୩୩୬୧ ଗାଡି ଜବତ କରାଯାଇଛି। ଚଢଉରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସଆଇ ଅଶୋକ ସାହୁ, ଏଏସଆଇ ବ୍ରଜବିହାରି ନାୟକ, ଅନ୍ତର୍ଯ୍ୟମି ସାହୁ, କନେଷ୍ଟେବଲ,ସୁଶାନ୍ତ ପାତ୍ର, କପିଳାଶ ଭତ୍ରା, କୁମୁଦ ଚନ୍ଦ୍ର ପ୍ରଧାନ , ବଳରାମ ଜେନା ସନ୍ତୋଷ ନାୟକ ପ୍ରମୁଖ ସାମିଲ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri