ଜଙ୍ଗଲ ଭିତରେ ଗଞ୍ଜେଇ ବସ୍ତା, ପାଟ୍ରୋଲିଂ ବେଳେ ଜବତ କଲା ପୋଲିସ

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ କ୍ୱିଣ୍ଟାଲ ୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ୪ଟି ପ୍ଲାଷ୍ଟିକ୍‌ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କୌଣସି ସ୍ଥାନକୁ ବିକ୍ରି ପାଇଁ ପଠାଯିବାକୁ କେହି ଦୁର୍ବୃତ୍ତ ରଖିଥିବା ପୋଲିସକୁ ଖବର ପହଞ୍ଚିଥିଲା। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା, ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ହୋମଗାର୍ଡ ସୁରେଶ ମଳିକ, ଜିତେନ୍ଦ୍ର ରାଜଗୁରୁ ସଦଳବଳ ଉକ୍ତ ଜଙ୍ଗଲରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି। ଏତେ ସଂଖ୍ୟା ଓ ଲକ୍ଷାଧିକ ତାଙ୍କର ଗଞ୍ଜେଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ପାଇଁ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଷରୁ ଅମଳ କରି ଏକାଠି ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିବା ସହ ଉକ୍ତ ଅଞ୍ଚଳରେ ଏହା ଚାଷ ହେଉଛି ନା ଅନ୍ୟ କେଉଁ ଜଙ୍ଗଲରୁ ଅମଳ ପରେ ଆଣି ଏଠି ରଖାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ ଥାନାରେ ଏକ ମାମଲା୧୧୮/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ପ୍ରତିକ୍ରିୟାରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri