ଦୁର୍ଗମ ଜଙ୍ଗଲରେ ହେଉଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ, ଅବକାରୀ ଟିମ

ଦିଗପହଣ୍ଡି/ପାଟପୁର,୨୫।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର,କନ୍ଧ ଜକର ଏବଂ ବୋରେଇ ପାହାଡ ଗ୍ରାମ ସଂଲଗ୍ନ ଦୁର୍ଗମ ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ସୋମବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦ ଏକରରୁ ଉଦ୍ଧର୍‌ବ ଜମିରେ ଲଗାଯାଇଥିବା ପ୍ରାୟ ୨୨ ହଜାର ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛ ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୨୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆସିକା ଏସଡିପିଓ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ନେତୃତ୍ୱରେ ପାଟପୁର ଥାନା ଆଇଆଇସି ସବ୍ୟସାଚ୍ଚୀ ମଲ୍ଲ ଏବଂ ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନଙ୍କ ମିଳିତ ତତ୍ତ୍ୱାବଧାନରେ ଶେରଗଡ଼ ଥାନା ଆଇଆଇସି ନରେନ୍ଦ୍ର ସିଆଳ ,ବଡଗଡ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା, କୋଟିନଡ଼ା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସାହା, ବେଲ ଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ଥାନାର କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ। ସାନଖେମୁଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ୨ ଟି ଟିମ ଗଠନ କରାଯାଇ ଅପରେଶନ ଗ୍ରୀନ କ୍ଳିନ ଆରମ୍ଭ କରାଯାଇଥିଲା। ଅପରାହ୍ନ ପ୍ରାୟ ୪ ଟା ଯାଏ ପୋଲିସ ଓ ଅବକାରୀ ଟିମ ମିଳିତ ଭାବେ ୪ ପାହାଡ଼ ସଂଲଗ୍ନ ଦୁର୍ଗମ ଜଙ୍ଗଲରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ଓପାଡ଼ି ଜାଳି ଦେଇଥିଲେ। ଗଞ୍ଜାମ – ଗଜପତି ସୀମାନ୍ତରେ ଥିବା ଉକ୍ତ ଅଞ୍ଚଳରେ କିଛି ଗଞ୍ଜେଇ ବ୍ୟବସାୟୀ ସ୍ଥାନୀୟ ଅନୁସୂଚିତ ଜନଜାତିର ଗ୍ରାମବାସୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଇ ଗତ କିଛିବର୍ଷ ହେଲା ସମ୍ପୃକ୍ତ ଅଞ୍ଚଳରେ ବେଆଇନ ଭାବେ ଏକର ଏକର ପାହାଡ଼ିଆ ଜମିରେ ବେଧଡକ ଗଞ୍ଜେଇ ଚାଷ ଚଳାଇଥିବା ଜଣାପଡ଼ିଛି।

ସୂଚନାକୁ ଭିତ୍ତିକରି ପୋଲିସ, ଅବକାରୀ ବିଭାଗ ପକ୍ଷରୁ ସମ୍ପୃକ୍ତ ଇଲାକାରେ ମିଳିତ ଚଢ଼ାଉ ପାଇଁ ଉଭୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ନିଷ୍ପତ୍ତି ନେଇଥିଲେ। ପୂର୍ବ ନିଷ୍ପତ୍ତି କ୍ରମେ କୌଣସି ତଳିଆ କର୍ମଚାରୀଙ୍କୁ ସୂଚନା ଦିଆନଯାଇ ଏହି ଚଢ଼ାଉ ଧରପଗଡ କରାଯାଇଥିଲା। ସେଠାକାର ଗ୍ରାମବାସୀମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ସହ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ପୋଲିସ ଅଧିକାରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri