ସମସ୍ୟାଘେରରେ ବେତ କାରିଗର

କାଏମା,୧୫ା୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ମିର୍ଜାପୁର ପଞ୍ଚାୟତ କଣ୍ଟାବଣିଆ ଗାଁର ବେତ କାରିଗର ଏବେ ସମସ୍ୟାଘେରରେ। ଏହି ଗାଁରେ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ ପରିବାର ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ବିକ୍ରି କରି ପରିବାର ଗୁଜରାଣ ମେଣ୍ଟାଇଥାନ୍ତି। କିନ୍ତୁ ଏବେ କଞ୍ଚାମାଲ୍‌ ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଦୀର୍ଘବର୍ଷ ଧରି ଚଳିଆସୁଥିବା ବୃତ୍ତି ଏବେ କଞ୍ଚାମାଲ ଓ ପ୍ରଶାସନିକ ଦୃଷ୍ଟି ଅଭାବରୁ ବାଧାପ୍ରାପ୍ତ ହୋଇଛି। ଜଙ୍ଗଲରେ ଆଉ ବେତ ମିଳୁନାହିଁ। ଯଦି ବି ମିଳୁଛି ତାହାକୁ କାରିଗରମାନେ ଆଣିପାରୁନାହାନ୍ତି। ଏହାକୁ ବନ ବିଭାଗ କର୍ମଚାରୀ ବିରୋଧ କରୁଥିବା କେତେଜଣ ବେତ କାରିଗର କହିଛନ୍ତି। ବାହାରୁ ବେତ ଆଣିଲେ ପରିବହନ ଖର୍ଚ୍ଚ ତୁଲାଇବା ମୁସ୍କିଲ ହୋଇପଡୁଛି। ଫଳରେ ଅନେକ କାରିଗର ଏହି ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି। ବେତ ତିଆରି ଆସବାବପତ୍ର ଯେମିତି ହାଲୁକା, ସେମିତି ସୁନ୍ଦର। ଏହାସହ ଦୀର୍ଘଦିନ ଧରି ବ୍ୟବହାର ହୋଇପାରୁଥିବାରୁ ବଜାରରେ ଭଲ ଚାହିଦା ରହିଥାଏ। ଏମାନଙ୍କ ହାତତିଆରି ସାମଗ୍ରୀ ଯଥା; ଗଉଣି, କୁଞ୍ଚ, ମାଣ, ସେର, ଟୋକେଇ, ସୋଫା ଓ ଘରସଜ୍ଜା ଉପକରଣକୁ ଦେଖିଲେ ଲୋକେ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।
ଓଡ଼ିଶାର ବାଲେଶ୍ୱର, ବାରିପଦା, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର ଓ ପୁରୀ ଆଦି ୩୦ ଜିଲାରେ ବେତ ସାମଗ୍ରୀର ଚାହିଦା ରହିଛି। ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ଏହି କାରିଗରଙ୍କୁ ଅଧିକ ପ୍ରଶିକ୍ଷିତ କରି ବ୍ୟବସାୟ ବଢ଼ାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର କଞ୍ଚାମାଲ ଅଭାବରୁ ଏହା ବନ୍ଦ ହୋଇଯାଇଛି। କାରିଗରମାନେ ଏବେ ଘୋର ଆର୍ଥିକ ସମସ୍ୟାରେ ଦିନ କାଟୁଛନ୍ତି। କେତେଜଣ ଦୂର ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ତେବେ ପ୍ରଶାସନ କଞ୍ଚାମାଲ ସହ ଆବଶ୍ୟକ ସହାୟତା ଯୋଗାଇଦେଲେ ସେମାନେ ନିଜ ବୃତ୍ତି ବଞ୍ଚାଇ ରଖିବା ସହ ଅର୍ଥ ରୋଜଗାର କରିପାରନ୍ତେ। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri