ରାଇମୋହନଙ୍କ ଜନ୍ମ ମାଟିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପାଟଣା,୨୫।୬(ସ୍ବ.ପ୍ର.): ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମ ମାଟି କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୂର ପଞ୍ଚାୟତ ଉଦୟପୁର ପରିଡା ସାହିରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଗାଁର ଛାତ୍ର ଏବଂ ଯୁବକମାନେ ଶୁକ୍ରବାର ରାତିରେ ରାଇମୋହନଙ୍କ ଫଟୋ ଚିତ୍ର ଧରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ପୈତୃକ ଘର ପରିକ୍ରମା କରି ମା’ଅନ୍ଧାରୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ରାଇମୋହନଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଶୋଭାଯାତ୍ରାରେ ଅମର ପରିଡା, ସିପୁନ ସାହୁ, ବିଭୂତି ସାହୁ, ପ୍ରଣବ ପହି, ଆଦିତ୍ୟ ବାଘେଲ, ଶୁଭମ ପରିଡା, ଦେବୁ ସିଂହ, ଓମ ମହାପାତ୍ର, ରଜତ ସିଂହ, ତାପସ ସାହୁ, ବାପୁଜୀ ସାହୁ, ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ।