ଗଞ୍ଜାମ,୨୫ା୪(ବିଦ୍ୟାଧର ସାହୁ): ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସରଳ ନିରୀହ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଗଞ୍ଜାମ ସହର ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଗଞ୍ଜାମ ସହର ସାନ ବଜାରଠାରୁ ଆରମ୍ଭ ହୋଇ ତ୍ରିବେଣୀ ମଠ ଦେଇ ପୁଣି ସାନ ବଜାରଠାରେ ଶେଷ ହୋଇଥିଲା। ଶୋଭାଯାତ୍ରାରେ ପାକିସ୍ତାନ ମୁର୍ଦ୍ଦାବାଦ, ମୁସଲମାନଙ୍କ ହିନ୍ଦୁ ଉପରେ ଅତ୍ୟାଚାର ଚଳିବ ନାହିଁ , ମୁସଲମାନ ଗୋ ବ୍ୟାକ ନାରା ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ପ୍ରଭାତ କୁମାର ସାହୁ, ସୁଧୀର କୁମାର ପାଢ଼ୀ, କେ ଇଲେୟା ରେଡ୍ଡୀ, ପ୍ରଭାତ ବିଶ୍ୱାଳ, ଗଙ୍ଗା ରାଉଳ, ଆକାଶ ଗୌଡ଼ ଧରଣୀ ସାହୁ, ବିଶ୍ୱଭୂଷଣ ଦଳାଇ, କେଞ୍ଚୁ ପଣ୍ଡା, ମନୋଜ ପ୍ରଧାନ, ପ୍ରଦୀପ ବେହେରା, ଅଜୟ ରାଉଳ, ରଜନୀ, ଶୋନୁ, ପପୁ, ଶିବା, ପପି, କାଳିଆ, ଜିତୁଙ୍କ ସମେତ ସମସ୍ତ ବଜରଙ୍ଗ ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ।


