ବେଲଗୁଣ୍ଠା,୧୬।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗୋବରା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ନୌସେନା କର୍ମଚାରୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ଗ୍ରାମର ଯୁବଗୋଷ୍ଠୀ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ କୃଷ୍ଣ ଚନ୍ଦ୍ରଙ୍କ ସ୍ମୃତି ଚାରଣ କରିଛନ୍ତି I
ପ୍ରକାଶ ଥାଉ କି, ସର୍ଗତ କୃଷ୍ଣ ଚନ୍ଦ୍ର ହେଉଛନ୍ତି ବାସୁଦେବପୁର ଗ୍ରାମର ସର୍ଗତ ବିପ୍ର ଗୌଡ଼ଙ୍କ ପୁଅ I ସେ ଜଣେ ମେଧାବୀ ଛାତ୍ର ଥିବା ବେଳେ ୨୦୧୫ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ I ୨୦୨୨ ମସିହାରେ କୃଷ୍ଣ ଚନ୍ଦ୍ର ଛୁଟିରେ ଗାଁକୁ ଆସିଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା I ଗ୍ରାମରେ କୃଷ୍ଣ ଚନ୍ଦ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବା ସହ ନୌସେନା ବିଭାଗ ତରଫରୁ ତାଙ୍କୁ ତୋପ ସଲାମୀ ଦିଆଯାଇଥିଲା। କୃଷ୍ଣ ଚନ୍ଦ୍ର ଜଣେ କ୍ରୀଡ଼ା ପ୍ରେମୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ପରେ ଗ୍ରାମର ଯୁବ ଗୋଷ୍ଠୀଙ୍କ ତରଫରୁ ପ୍ରତିବର୍ଷ କୃଷ୍ଣ ଚନ୍ଦ୍ର ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି I ଆଜିର କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶହେରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଂଶ୍ରଗହଣ କରିଥିଲେ I


