ଡେରାବିଶ,୨୪ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲ ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ରବିବାର ଅପରାହ୍ନରେ ଶେଷ ହୋଇଛି। ମାତ୍ର ନାମାଙ୍କନ ପତ୍ର ଦାଖଲ ପରେ ଘରକୁ ଘର ବୁଲି ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି। ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନରେ ରହିଛି ୨୬ଟି ପଞ୍ଚାୟତ। ଏହି ବ୍ଲକରେ ୩ଟି ଜିଲା ପରିଷଦ ଜୋନ୍‌ ମଧ୍ୟ ରହିଛି। ବିଜେଡି, ଭାଜପା, କଂଗ୍ରେସ ଦଳ ସମେତ ସ୍ବାଧୀନ ଭାବେ ଜିଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୬ଟି ପଞ୍ଚାୟତରେ ବିଭିନ୍ନ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀଙ୍କ ସହ ଦଳ ସମର୍ଥନରୁ ବଞ୍ଚତ୍ତ ଆଶାୟୀମାନେ ମଧ୍ୟ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବ୍ଲକରେ ସମୁଦାୟ ୩୯୦ଟି ୱାର୍ଡ ରହିଛି। ଏଥିମଧ୍ୟରୁ ୫ଟି ୱାର୍ଡରେ ଆଦୌ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ତେବେ ନାମାଙ୍କନ ପତ୍ର ଦାଖଲ ପରେ ବିଜେଡି, ଭାଜପା ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ସେହିପରି ଦଳୀୟ ଟିକେଟରେ ଜିଲା ପରିଷଦ ପାଇଁ ହୋଇଥିବା ପ୍ରାର୍ଥୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ସେମାନଙ୍କ ଭୋଟ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ସ୍ବଳ୍ପସଂଖ୍ୟକ ସମର୍ଥକଙ୍କ ମଧ୍ୟରେ ପ୍ରାର୍ଥୀମାନେ ଭୋଟରମାନଙ୍କୁ ଭେଟୁଥିବା ଦେଖାଯାଉଛି। ନିର୍ବାଚିତ ହେଲେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଶାସକ ବିଜେଡିରେ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଡେରାବିଶ ବ୍ଲକରେ ଏକପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ବିଜେଡି ସମର୍ଥନରୁ ନିର୍ବାଚନରୁ ବାଦ୍‌ ପଡ଼ିଥିବା ଆଶାୟୀ ପ୍ରାର୍ଥୀମାନେ ବିପକ୍ଷ ଶିବିରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି। ଏହି ସମିତିକୁ ଦଖଲ କରିବା ପାଇଁ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ କସରତ ଆରମ୍ଭ ହୋଇଛି। ଭାଜପା ଓ କଂଗ୍ରେସ ମଧ୍ୟ ଏହି କନ୍ଦଳରୁ ଫାଇଦା ନେବା ସୁଯୋଗକୁ ଅପେକ୍ଷା କରିଛନ୍ତି। ଡେରାବିଶ ବ୍ଲକରେ ନିର୍ବାଚନୀ ବାତାବରଣ ଏକପ୍ରକାର ଉଷ୍ମ ହେବାରେ ଲାଗିଛି। କେବଳ ୨୫ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରତ୍ୟେକ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସଙ୍କେତକୁ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ସେବାରେ କୁନି ଦଇତା ସେବକ ସର୍ବାଙ୍ଗ

ପୁରୀ ଅଫିସ, ୨୧ା୬:ମହାପ୍ରଭୁଙ୍କ ସେବାରେ ସୋମବାର କୁନି ଦଇତାପତି ସେବକ ସର୍ବାଙ୍ଗ ଦାସମହାପାତ୍ର ସାମିଲ ହୋଇଛନ୍ତି। ସେ ଅଣସର ତାଟି ଘରେ ପ୍ରବେଶ କରିବା ସହ...

ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ...

ବିକାଶ ପାଇଁ ବ୍ଲୁପ୍ରିଣ୍ଟ

ଢେଙ୍କାନାଳ ଅଫିସ, ୨୧।୩ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ଏବଂ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଉନ୍ନତୀକରଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ପର୍ଯ୍ୟଟନ...

ଡେଲିଭରି ବୟଠାରୁ ଠକିନେଲେ ୮ମୋବାଇଲ

ବାରିପଦା ଅଫିସ, ୨୩।୨-ବାରିପଦା ଟାଉନରେ ଜଣେ ଡେଲିଭରି ବୟଠାରୁ ଦୁଇ ଜଣ ଯୁବକ ୮ମୋବାଇଲ ଠକି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ

ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର...

ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି...

ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌: ଚାଲିଗଲା ୨ ଜୀବନ

ଛେଣ୍ଡିପଦା,୨୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଭାଗୀରଥିପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି...

Advertisement
Archives

Model This Week