Posted inଜାତୀୟ

ଟିକେଟ୍ ଚାହୁଁଥିବା ଅଶାୟୀଙ୍କର ସୋସିଆଲ ମିଡିଆରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୦।୫: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳତ୍ୟାଗୀମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପୂର୍ବରୁ ଦଳ ବଦଳାଇ ପୁଣି ମୂଳ ଦଳକୁ ଫେରିବା ନେଇ ସତର୍କ କରିଛନ୍ତି। ବିହାର ଭାଜପା ନେତାମାନଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ କର୍ମୀମାନଙ୍କୁ ‘ଅପରେସନ ସିନ୍ଦୁର’ର ସଫଳତା ପ୍ରଚାର କରିବାକୁ ଏବଂ ତୃଣମୂଳ କର୍ମୀମାନଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ସୋସିଆଲ ମିଡିଆର ଗୁରୁତ୍ୱ ଅନେକ ବଢି ଯାଇଛି। ତେଣୁ ଟିକେଟ ଚାହୁଁଥିବା ପ୍ରାର୍ଥୀଙ୍କର ଅତି କମରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ।

“ନେତା ଏବଂ କର୍ମୀମାନେ ସୋସିଆଲ ମିଡିଆରେ ସକ୍ରିୟ ହେବା ଉଚିତ। ଯେଉଁମାନେ ଟିକେଟ ଚାହୁଁଛନ୍ତି, ସେମାନଙ୍କର ଅତି କମରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ,” ସେ କହିଛନ୍ତି।

ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାଜପା ନେତାମାନଙ୍କୁ କହିଛନ୍ତି, “ନିର୍ବାଚନ ଆସିଲେ କିଛି ଲୋକ ଅନ୍ୟ ଦଳକୁ ଚାଲିଯାଆନ୍ତି ଏବଂ ନିର୍ବାଚନ ପରେ ଫେରି ଆସନ୍ତି। ଏହା ଦଳରେ ଆପଣଙ୍କର ଗୁରୁତ୍ୱକୁ ହ୍ରାସ କରେ।” ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନେତାମାନଙ୍କୁ “ସମ୍ମାନ” ଏବଂ “ପରିଚିତି” ପାଇଁ ଧୈର୍ଯ୍ୟ ଦେଖାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଧୈର୍ଯ୍ୟ ହେଉଛି ଦଳରେ ସବୁଠାରୁ ବଡ଼ ସମ୍ପତ୍ତି। ଯଦି ଆପଣଙ୍କର ଧୈର୍ଯ୍ୟ ଅଛି, ତେବେ ଆପଣ ସମ୍ମାନ ଏବଂ ପରିଚୟ ପାଇବେ।”

ଆଗାମୀ ବିହାର ନିର୍ବାଚନରେ ଆରଜେଡି-କଂଗ୍ରେସ-ବାମପନ୍ଥୀ ମେଣ୍ଟ ଏବଂ ଶାସକ ଭାଜପା-ଜେଡି(ୟୁ) ମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଯିଏ ବାରମ୍ବାର ଦଳ ବଦଳାଇବା ଯୋଗୁଁ ‘ପଲଟୁ ରାମ’ ଉପନାମ ପାଇଛନ୍ତି, କୁର୍ମୀ ସମ୍ପ୍ରଦାୟ ମଧ୍ୟରେ ତାଙ୍କର ଜନପ୍ରିୟତା ଯୋଗୁଁ ଭାଜପାର ବିହାର ନିର୍ବାଚନୀ ଗଣିତରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛନ୍ତି। ନୀତୀଶ ଗତ ବର୍ଷ ଜାନୁୟାରୀରେ ମହାଗଠବନ୍ଧନ ସହ ସମ୍ପର୍କ ଛିନ୍ନ କରି ଏନଡିଏରେ ଯୋଗଦେଇ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେହିପରି ନିଜ ପୁତ୍ର ଏବଂ ପରିବାର ସଦସ୍ୟଙ୍କ ପାଇଁ ଟିକେଟ ଚାହୁଁଥିବା ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଭାଜପା ନେତାମାନଙ୍କୁ ବଂଶବାଦୀ ରାଜନୀତି ଏବଂ ସ୍ୱଜନପୋଷଣକୁ ତ୍ୟାଗ କରିବାକୁ ଆହ୍ୱାନ ଦେଇଛନ୍ତି।

“ରାଜନୀତିରେ ସାମନ୍ତବାଦ କିମ୍ବା ବଂଶବାଦ ହେବା ଉଚିତ ନୁହେ। ଯଦି ଆପଣ ନାହାନ୍ତି, ତେବେ ଆପଣଙ୍କ ପୁତ୍ରଙ୍କୁ ଟିକେଟ ମିଳିବ ଏପରି ହେବା ଉଚିତ ନୁହେ। ଏହି ପ୍ରଥା ବନ୍ଦ ହେବା ଜରୁରୀ,” ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ପାଟନାରେ ଏକ ରୋଡ ଶୋ କରି ନିର୍ବାଚନୀ ବିଗୁଲ ବଜାଇବା ସମୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri