ଦାଦନ ଶ୍ରମିକଙ୍କ ଉପରେ ପ୍ରାର୍ଥୀଙ୍କ ଆଖି

କେନ୍ଦ୍ରାପଡ଼ା ଅଫିସ,୩୧ା୧: କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟାରେ ପୀଡିତ ଶ୍ରମିକଙ୍କ ଉପରେ ପଞ୍ଚାୟତ ନିର୍ବାଚନର ପ୍ରର୍ଥୀଙ୍କ ଆଖି ପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ ସହାୟତାରେ ଘରକୁ ସେମାନଙ୍କୁ ଫେରିବା ପାଇଁ ଟିକେଟ ବ୍ୟବସ୍ଥା ହେଉଛି। ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ରର ପ୍ରାୟ ୪୬ ପ୍ରତିଶତ ଯୁବତୀଯୁବକ କର୍ମ ଅନ୍ବେଷଣରେ ଜିଲା ବାହାରେ ରହୁଛନ୍ତି। ପଞ୍ଚାୟତ ନିର୍ବାଚନରେ ସୀମିତ ଭୋଟ ଫଳ ପ୍ରାର୍ଥୀଙ୍କୁ ବିଜୟ ଦେଉଥିବାରୁ ଶ୍ରମିକଙ୍କ ଗୁରୁତ୍ୱ ଅଧିକ ରହିଛି। ଅପରପକ୍ଷରେ ଜିଲାର ଲୋକଙ୍କୁ କର୍ମନିଯୁକ୍ତି ମିଳି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ପଣ୍ଡା କହିଛନ୍ତି, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୨୪ ସାଧାରଣ ନିର୍ବାଚନକୁ ଚଳିତ ନିର୍ବାଚନର ପରିଣାମ ପ୍ରଭାବିତ କରିବ। ତୃଣମୂଳସ୍ତରର ନିର୍ବାଚନରେ ସୀମିତ ସଂଖ୍ୟକ ଭୋଟର ଥିବାରୁ ଦେଶବିଦେଶରେ ରହୁଥିବା ଶ୍ରମିକଙ୍କ କଥା ଏବେ ଦଳୀୟ ନେତାଙ୍କ ମନେପଡୁଛି। ଜିଲାର ୫୭ ହଜାରରୁ ଅଧିକ ଯୁବବର୍ଗ ଜିଲା କର୍ମ ନିୟାଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ସେହିପରି ପ୍ରାୟ ୩ ଲକ୍ଷ ଶ୍ରମିକ କର୍ମ ନିଯୁକ୍ତି ପାଇ ଜିଲା ବାହାରେ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ଏବେ ଶ୍ରମିକଙ୍କ ଦୁଃଖ ପାଇଁ ସମବେଦନା ଜଣାଉଥିବା ବେଳେ ଜିଲାରେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ କ୍ଷେତକୁ ଜଳ ପରିଚାଳନା, ଶୀତଳଭଣ୍ଡାର, ତାଲିମ ବ୍ୟବସ୍ଥା, ଅର୍ଥକରୀ ଫସଲ ପାଇଁ ଭିତ୍ତିଭୂମି ଆଦି ନିମନ୍ତେ କୌଣସି ଯୋଜନା ନାହିଁ। ପ୍ରତି ନିର୍ବାଚନ ସମୟରେ ଶିଳ୍ପ ପ୍ରତିଷ୍ଠା, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଯୁବବର୍ଗଙ୍କୁ ଶିଳ୍ପୋଦ୍ୟୋଗୀ ପାଇଁ ବ୍ୟବସ୍ଥା ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ସବୁ ଗ୍ରାମକୁ ରାସ୍ତା ନ ଥିବାରୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ବଡସଂଖ୍ୟକ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିର ଯୁବନେତା ରାଜେଶ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କର୍ମ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ଚାଷୀଙ୍କ ପାଇଁ କାଳିଆ ଓ ବଳରାମ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପାଇଁ ନାମକୁମାତ୍ର ସୁଧରେ ଅନୁଦାନ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ର ପରି ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଋଣଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହାବ୍ୟତୀତ ଏହି ଶିଳ୍ପବିହୀନ ଜିଲାରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ସହିତ ଏମ୍‌ଓୟୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପାଣିପାଇପ ମରାମତି ତାଲିମ କେନ୍ଦ୍ର ସହିତ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ନିର୍ମାଣ, କର୍ମନିଯୁକ୍ତି ମେଳା ଆଦି ଆୟୋଜନ ହେଉଛି। ଭାଜପାର ଯୁବ ନେତା ଦିଲୀପ କୁମାର ଦାଶ କୁହନ୍ତି, କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ନୀତି ଅତ୍ୟନ୍ତ ସ୍ପଷ୍ଟ। ଏଥିରେ ଥିବା ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ଶ୍ରମିକ ଜିଲା ବାହାରକୁ ଯିବାର ଆବଶ୍ୟକତା ନାହିଁ। ତେବେ କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ରୀୟ ଯୋଜନାକୁ ଆତ୍ମସାତ କରାଯାଉଥିବା ତୃଣମୂଳସ୍ତରର ଶ୍ରମିକ ବୁଝିଥିବା ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଯୁବନେତା ସମ୍ବିତ ଶ୍ରୀଚନ୍ଦନ କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ କଂଗ୍ରେସ ସର୍ବଦା ଚିନ୍ତା କରିଛି। ଓଡ଼ିଶାର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ଉପା ସରକାର ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ପ୍ରଣୟନ ଶ୍ରମିକଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା। ତେବେ ଚଳିତ ସରକାରଙ୍କ ଅମଳରେ ଏହା ବାଟବଣା ହୋଇଛି। ଦାଦନ ସମସ୍ୟାର ମୂଳ କାରଣ ଖୋଜି ଏହାର ନିରାକରଣ କେବଳ କଂଗ୍ରେସ ଦ୍ୱାରା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri