ଦାଦନ ଶ୍ରମିକଙ୍କ ଉପରେ ପ୍ରାର୍ଥୀଙ୍କ ଆଖି

କେନ୍ଦ୍ରାପଡ଼ା ଅଫିସ,୩୧ା୧: କେନ୍ଦ୍ରାପଡ଼ା ଜିଲାର ଦାଦନ ସମସ୍ୟାରେ ପୀଡିତ ଶ୍ରମିକଙ୍କ ଉପରେ ପଞ୍ଚାୟତ ନିର୍ବାଚନର ପ୍ରର୍ଥୀଙ୍କ ଆଖି ପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ ସହାୟତାରେ ଘରକୁ ସେମାନଙ୍କୁ ଫେରିବା ପାଇଁ ଟିକେଟ ବ୍ୟବସ୍ଥା ହେଉଛି। ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ରର ପ୍ରାୟ ୪୬ ପ୍ରତିଶତ ଯୁବତୀଯୁବକ କର୍ମ ଅନ୍ବେଷଣରେ ଜିଲା ବାହାରେ ରହୁଛନ୍ତି। ପଞ୍ଚାୟତ ନିର୍ବାଚନରେ ସୀମିତ ଭୋଟ ଫଳ ପ୍ରାର୍ଥୀଙ୍କୁ ବିଜୟ ଦେଉଥିବାରୁ ଶ୍ରମିକଙ୍କ ଗୁରୁତ୍ୱ ଅଧିକ ରହିଛି। ଅପରପକ୍ଷରେ ଜିଲାର ଲୋକଙ୍କୁ କର୍ମନିଯୁକ୍ତି ମିଳି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ପଣ୍ଡା କହିଛନ୍ତି, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୨୪ ସାଧାରଣ ନିର୍ବାଚନକୁ ଚଳିତ ନିର୍ବାଚନର ପରିଣାମ ପ୍ରଭାବିତ କରିବ। ତୃଣମୂଳସ୍ତରର ନିର୍ବାଚନରେ ସୀମିତ ସଂଖ୍ୟକ ଭୋଟର ଥିବାରୁ ଦେଶବିଦେଶରେ ରହୁଥିବା ଶ୍ରମିକଙ୍କ କଥା ଏବେ ଦଳୀୟ ନେତାଙ୍କ ମନେପଡୁଛି। ଜିଲାର ୫୭ ହଜାରରୁ ଅଧିକ ଯୁବବର୍ଗ ଜିଲା କର୍ମ ନିୟାଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ସେହିପରି ପ୍ରାୟ ୩ ଲକ୍ଷ ଶ୍ରମିକ କର୍ମ ନିଯୁକ୍ତି ପାଇ ଜିଲା ବାହାରେ ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ଏବେ ଶ୍ରମିକଙ୍କ ଦୁଃଖ ପାଇଁ ସମବେଦନା ଜଣାଉଥିବା ବେଳେ ଜିଲାରେ କର୍ମ ନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ କ୍ଷେତକୁ ଜଳ ପରିଚାଳନା, ଶୀତଳଭଣ୍ଡାର, ତାଲିମ ବ୍ୟବସ୍ଥା, ଅର୍ଥକରୀ ଫସଲ ପାଇଁ ଭିତ୍ତିଭୂମି ଆଦି ନିମନ୍ତେ କୌଣସି ଯୋଜନା ନାହିଁ। ପ୍ରତି ନିର୍ବାଚନ ସମୟରେ ଶିଳ୍ପ ପ୍ରତିଷ୍ଠା, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଯୁବବର୍ଗଙ୍କୁ ଶିଳ୍ପୋଦ୍ୟୋଗୀ ପାଇଁ ବ୍ୟବସ୍ଥା ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ସବୁ ଗ୍ରାମକୁ ରାସ୍ତା ନ ଥିବାରୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ବଡସଂଖ୍ୟକ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିର ଯୁବନେତା ରାଜେଶ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କର୍ମ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ଚାଷୀଙ୍କ ପାଇଁ କାଳିଆ ଓ ବଳରାମ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପାଇଁ ନାମକୁମାତ୍ର ସୁଧରେ ଅନୁଦାନ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ର ପରି ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଋଣଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହାବ୍ୟତୀତ ଏହି ଶିଳ୍ପବିହୀନ ଜିଲାରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ସହିତ ଏମ୍‌ଓୟୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପାଣିପାଇପ ମରାମତି ତାଲିମ କେନ୍ଦ୍ର ସହିତ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ନିର୍ମାଣ, କର୍ମନିଯୁକ୍ତି ମେଳା ଆଦି ଆୟୋଜନ ହେଉଛି। ଭାଜପାର ଯୁବ ନେତା ଦିଲୀପ କୁମାର ଦାଶ କୁହନ୍ତି, କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ନୀତି ଅତ୍ୟନ୍ତ ସ୍ପଷ୍ଟ। ଏଥିରେ ଥିବା ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ଶ୍ରମିକ ଜିଲା ବାହାରକୁ ଯିବାର ଆବଶ୍ୟକତା ନାହିଁ। ତେବେ କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ରୀୟ ଯୋଜନାକୁ ଆତ୍ମସାତ କରାଯାଉଥିବା ତୃଣମୂଳସ୍ତରର ଶ୍ରମିକ ବୁଝିଥିବା ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଯୁବନେତା ସମ୍ବିତ ଶ୍ରୀଚନ୍ଦନ କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ କଂଗ୍ରେସ ସର୍ବଦା ଚିନ୍ତା କରିଛି। ଓଡ଼ିଶାର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ଉପା ସରକାର ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ପ୍ରଣୟନ ଶ୍ରମିକଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା। ତେବେ ଚଳିତ ସରକାରଙ୍କ ଅମଳରେ ଏହା ବାଟବଣା ହୋଇଛି। ଦାଦନ ସମସ୍ୟାର ମୂଳ କାରଣ ଖୋଜି ଏହାର ନିରାକରଣ କେବଳ କଂଗ୍ରେସ ଦ୍ୱାରା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri