ପ୍ରାର୍ଥୀ ଚୟନ ଚ୍ୟାଲେଞ୍ଜପୂର୍ଣ୍ଣ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ପଞ୍ଚାୟତ ଭୋଟ ଗଣତିର ଦିନକ ପୂର୍ବରୁ ଏହି ତାରିଖ ଘୋଷଣା ଅନେକ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ପଞ୍ଚାୟତ ନିର୍ବାଚନ ଲାଗି ଭୁବନେଶ୍ୱରର ବହୁ ନେତା ଗାଁରେ ସମୟ ବିତାଇ ଫେରୁଫେରୁ ଏଭଳି ଘୋଷଣା ସେମାନଙ୍କ ଅକଲ ଗୁଡୁମ କରିଦେଇଛି। କାରଣ ପୌର ନିର୍ବାଚନ ଏପ୍ରିଲରେ ହେବ ବୋଲି ନେତାମାନେ ଭାବିନେଇଥିଲେ। ହଠାତ୍‌ ପୌର ନିର୍ବାଚନ ଘୋଷଣା ହୋଇଥିବାରୁ ଏବେ ସମୟ ଅଭାବ ଚିନ୍ତା ସେମାନଙ୍କୁ ଘାରିଛି।
ସେହିପରି ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛନ୍ତି। ମେୟର ପଦବୀ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବ। ଏଥର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଭୋଟରମାନେ ସିଧାସଳଖ ମେୟରଙ୍କୁ ନିର୍ବାଚିତ କରିବେ। ତେଣୁ ସବୁ ଦଳ ପାଇଁ ମହିଳା ପ୍ରାର୍ଥୀ ଚୟନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ରାଜନୈତିକ ମହଲରେ କୁହାଯାଉଛି।
ବିଜେଡି ପକ୍ଷରୁ ଶନିବାର ସୁଦ୍ଧା ପ୍ରତ୍ୟେକ ବିଧାୟକ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ଓ୍ବାର୍ଡ ଲାଗି ୩ ଜଣ ନେତାଙ୍କ ନାମ ପ୍ରଦାନ କରିବେ। ୨ ତାରିଖ ମଧ୍ୟରେ ଦଳ ସବୁ ଓ୍ବାର୍ଡ ପାଇଁ ଆସିଥିବା ୩ ଜଣିଆ ଆଶାୟୀ ତାଲିକାକୁ ତୃଣମୂଳସ୍ତରରୁ ଯାଞ୍ଚ କରିବା ପରେ ଜଣଙ୍କୁ ପ୍ରାର୍ଥୀ କରିବ। ବିଧାୟକମାନଙ୍କୁ କେବଳ ଓ୍ବାର୍ଡ ପିଛା ୩ ଜଣଙ୍କ ନାମ ପ୍ରସ୍ତାବ ଦେବାକୁ କୁହାଯାଇଛି। କମ୍‌ ସମୟ ମଧ୍ୟରେ ଏଭଳି ଦାୟିତ୍ୱ ମିଳିବାପରେ ବିଧାୟକମାନେ ମଧ୍ୟ କାହା ନଁା ଦେବେ, କେମିତି ଆଶାୟୀଙ୍କୁ ବାଛିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପଟେ ଦଳର ଆଶାୟୀଙ୍କ ସଂଖ୍ୟା ବେଶ୍‌ ଅଧିକ ଏବଂ ନିର୍ବାଚନ ପାଇଁ ସମୟ କମ୍‌ କାରଣରୁ କିପରି ଅସନ୍ତୁଷ୍ଟଙ୍କୁ ମନାଇବେ ତାହା ବିଧାୟକମାନଙ୍କ ଲାଗି ଚ୍ୟାଲେଞ୍ଜ ହେବ। ଯଦି ପ୍ରାର୍ଥୀ ଚୟନ ପରେ ଅସନ୍ତୁଷ୍ଟମାନଙ୍କୁ ବୁଝାଇବାରେ ବିଧାୟକମାନେ ଫେଲ୍‌ ହୁଅନ୍ତି ତେବେ ତାହା ସେମାନଙ୍କ ଟ୍ରାକ୍‌ ରେକର୍ଡକୁ ଖରାପ କରିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ କାଳେ ତୁରନ୍ତ ପ୍ରାର୍ଥୀଙ୍କ ନଁା ଘୋଷଣା କରିଦେଲେ ଅସନ୍ତୁଷ୍ଟମାନେ ଭାଜପାରେ ମିଶି ଟିକେଟ ନେଇଯିବେ ସେଥିଲାଗି ବିଜେଡି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ସେହିପରି ଶାସକ ଦଳର ଆଶାୟୀମାନେ ଭାଜପା ସହ ଯୋଗାଯୋଗରେ ରହିଛନ୍ତି। ବିଜେଡି ଟିକେଟ୍‌ କଟିଲେ ଭାଜପାରୁ ପ୍ରାର୍ଥୀ ହେବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।
ବିଜେଡିର ଶୀର୍ଷ ନେତୃତ୍ୱ କିନ୍ତୁ ମେୟର ପ୍ରାର୍ଥୀଙ୍କୁ ବାଛିବାର ଦାୟିତ୍ୱ ନିଜ ହାତରେ ରଖିଛନ୍ତି। ଅନ୍ୟପଟେ ଭାଜପା ମଧ୍ୟ ନିର୍ବାଚନ ବିଗୁଲ ବାଜିବାପରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଭାଜପା ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂ ଏବଂ ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କୁ ସବୁ ଓ୍ବାର୍ଡର ପ୍ରାର୍ଥୀ ଚୟନ ଦାୟିତ୍ୱ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ଏନେଇ ଦଳୀୟ କାର୍ଯ୍ୟାଳୟଠାରେ ମଧ୍ୟ ପ୍ରାଥମିକ ସ୍ତରରେ ଏକ ବୈଠକ ଅପରାଜିତାଙ୍କ ଅଧ୍ୟକ୍ଷତାରେ ବସିସାରିଛି। ଏଥିରେ ମହାନଗର ଭିତରେ ଆସୁଥିବା ବିଧାନସଭା କ୍ଷେତ୍ର ପାଇଁ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସମସ୍ତଙ୍କୁ ସାମିଲ କରାଯାଇଥିଲା ବୋଲି ଜଣାପଡିଛି। ଗତ ସାଧାରଣ ନିର୍ବାଚନରେ ସହରାଞ୍ଚଳ ଭୋଟ୍‌ ଭାଜପା ସପକ୍ଷରେ ଭଲ ରହିଥିବାରୁ ଗତଥର ତୁଳନାରେ ଅଧିକ କର୍ପୋରେଟରଙ୍କୁ ଜିତାଇବାକୁ ଦଳ ପ୍ରାଣପଣେ ଉଦ୍ୟମ କରିବ।
କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରାଥମିକସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା କମିଟିର ବହୁ ନେତା ଉପସ୍ଥିତ ରହି ଓ୍ବାର୍ଡସ୍ତରରେ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେନେଇ ଆଲୋଚନା କରାଯାଇଛି। କଂଗ୍ରେସ ରାଜ୍ୟରେ ଖରାପ ସ୍ଥିତିରେ ଥିବାବେଳେ ମହାନଗରରେ କିପରି ନିଜ ସମ୍ମାନ ରକ୍ଷା କରିବ ତାହା ଉପରେ ଗୁରୁତ୍ୱ ଦେଇଛି। କଂଗ୍ରେସରୁ ପ୍ରାର୍ଥୀ ହେବାକୁ ବିଶେଷ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ନେଇ ମଧ୍ୟ ଦଳରେ ଆଲୋଚନା ଜୋର୍‌ ଧରିଛି। ତେଣୁ ଭଲ ଏବଂ ବିଜୟ ସମ୍ଭାବନା ରହିଥିବା ଲୋକଙ୍କୁ ପ୍ରାର୍ଥୀ କରିବା ଦିଗରେ ଦଳ ଖୁବ୍‌ଶୀଘ୍ର ଏକ କମିଟି କରି ଦାୟିତ୍ୱ ବାଣ୍ଟିବ ବୋଲି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri