ଶେଷ ବେଳକୁ ବଢୁଛି ପ୍ରାର୍ଥୀଙ୍କ ନାମାଙ୍କନ

କୋକସରା,୨୦।୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଗୁରୁବାର କୋକସରା ବ୍ଲକର ୨୨ ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ୩୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୫୦, ୱାର୍ଡ ସଭ୍ୟ ପାଇଁ ୧୪୨ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ନାମାଙ୍କନର ଶେଷ ଦିନ ହୋଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବଢିବା ନେଇ ସମ୍ଭାବନା ରହିଛି।