ପ୍ରାର୍ଥୀଙ୍କ ଭରସା ଦଳୀୟ ଚିହ୍ନ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୨୦ନଂ. ଜିଲା ପରିଷଦ ଜୋନଟି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଥିଲାଗି ୩ ପ୍ରମୁଖ ଦଳରୁ ୩ଜଣ ମହିଳା ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମାତ୍ର ସମସ୍ତେ ନିର୍ବାଚନରେ ନୂଆ ମୁହଁ। ତେଣୁ ଦଳୀୟ ଚିହ୍ନ ହଁି ସେମାନଙ୍କ ଭରସା ପାଲଟିବ ବୋଲି କୁହାଯାଉଛି। ଶାସକ ବିଜେଡିରୁ ଜୟଶ୍ରୀ ସାମଲ ପ୍ରାର୍ଥୀ ହୋଇଥିଲାବେଳେ ଭାଜପାରୁ ସୁପ୍ରଭାସିନୀ ମଳିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସରୁ ସୁଜାତା ଦାସ ଏହି ଜୋନର ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଉକ୍ତ ଜୋନଟି ୯ ପଞ୍ଚାୟତକୁ ନେଇ ଗଠିତ। ସେଗୁଡ଼ିକ ହେଲା ବାଲିପଡ଼ିଆ, ବରଦା, ବିକ୍ରମତିରଣ, ପଲେଇ, ଗୋପାଳପୁର, ରଇପୁର, ସାଉଡ଼ିଆ, କୋଲଣଗିରି ଓ ଭରତପୁର। ଅନ୍ୟପକ୍ଷରେ ୧୩୯ ୱାର୍ଡକୁ ନେଇ ଗଠିତ ଏହି ଜୋନ୍‌ରେ ୪୦,୦୫୮ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୦,୫୦୨ ହୋଇଥିଲା ବେଳେ ମହିଳା ଭୋଟର ୧୯,୫୫୫ ରହିଛନ୍ତି। ଜଣେ ଟ୍ରାନ୍ସଜେଣ୍ଡର ଭୋଟର ଅଛନ୍ତି। ୩ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ୧୮ ତାରିଖରେ ନିର୍ଦ୍ଧାରଣ କରିବେ ଭୋଟର। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଶାସକ ବିଜେଡି ପାଇଁ ପ୍ରଚାର ମଙ୍ଗ ଧରିଥିଲାବେଳେ କଂଗ୍ରେସ ପ୍ରଚାର ମଙ୍ଗ ଧରିଛନ୍ତି ଯୁବନେତା ରାଜନାରାୟଣ ମହାପାତ୍ର ଓ ଭାଜପାର ପ୍ରଚାର ମଙ୍ଗ ଧରିଛନ୍ତି ରାଜ୍ୟ ସମ୍ପାଦକ ଅମର ନାୟକ। ଜୟଶ୍ରୀ ବିଜେଡି ସରକାରଙ୍କ ଯୋଜନା ଓ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ନେଇ ଭୋଟରଙ୍କ ନିକଟକୁ ଯାଉଥିଲା ବେଳେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ସୁପ୍ରଭାସିନୀ ଅସ୍ତ୍ର କରିଛନ୍ତି। ଉଭୟ ଦଳର କେନ୍ଦ୍ର ଓ ରାଜ୍ୟ ବିରୋଧରେ ହୋଇଥିବା ବିଫଳତାକୁ ନେଇ ସୁଜାତା ପ୍ରଚାର କରୁଛନ୍ତି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନରୁ ବିଜେଡିର ବିପିନ ବିହାରୀ ଜେନା ୧୨,୮୨୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଜୟ କୁମାର ସାମଲଙ୍କଠାରୁ ୪,୮୪୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଠାରୁ ଭାଜପା ପ୍ରାର୍ଥୀ ପ୍ରଦୀପ୍ତ ସାମଲ ୪,୦୩୯ଖଣ୍ଡ ଭୋଟ ପାଇଥିଲା ବେଳେ ସ୍ବାଧୀନ ପ୍ରାର୍ଥୀ ଅସିତ୍‌ ସାମଲ ୧,୧୧୯ ଖଣ୍ଡ ଭୋଟ ପାଇଥିଲେ। କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା କରୁଣାକର ମହାରଣା ୯୨୩, ସ୍ବାଧୀନ ପ୍ରାର୍ଥୀ ଡମ୍ବରୁଧର ସାହୁ ୫୨୪, ସ୍ବାଧୀନ ପ୍ରାର୍ଥୀ ଯଚିନ୍ଦ୍ର କୁମାର ସାହୁ ୭୩ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ୭,୯୮୨ ଭୋଟ ପାଇଥିଲେ। ଏହି ୯ ପଞ୍ଚାୟତରୁ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଅଧିକାଂଶ ପଞ୍ଚାୟତକୁ ନିଜ ଦଖଲକୁ ନେଇଥିଲେ। ତେବେ ୨୦୧୨ ପଞ୍ଚାୟତ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ସାମଲ ବିଜେଡିର ସ୍ବର୍ଗତ ଇନ୍ଦ୍ରମଣି ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ କିଏ ବାଜି ମାରିବେ ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri