ଗଞ୍ଜାମ ଏନ୍‌ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର  ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା। ଗଞ୍ଜାମ ସହର ଓ୍ବାର୍ଡ ନଂ ୧ରେ ଝୁଲି ପାତ୍ର ଚେୟାରମ୍ୟାନ ପ୍ରାର୍ଥୀ ହୋଇଛନ୍ତି। ସେ ଗଞ୍ଜାମ ଏନ୍‌ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ଭଉଣୀ ଅଟନ୍ତି। ଏଥିସହିତ  ୧ନଂ ଓ୍ବାର୍ଡରେ ସୁରେନ୍ଦ୍ର କୁମାର ବାରିକ, ଓ୍ବାର୍ଡ ୨ରେ ରୀତାଦେବୀ ମହାରଣା, ୩ ନଂ ଓ୍ବାର୍ଡରେ ରଇବାରି ଜାନୀ, ଓ୍ବାର୍ଡ ନଂ ୪ରେ ସବିତା ବେହେରା, ଓ୍ବାର୍ଡ ନଂ ୫ରେ ସଂଯୁକ୍ତା ଦାସ, ଓ୍ବାର୍ଡ ନଂ ୬ରେ ଦଣ୍ଡପାଣି ପରିଡ଼ା, ଓ୍ବାର୍ଡ ନଂ ୭ ପୁରୁଷୋତ୍ତମ ସାହୁ, ଓ୍ବାର୍ଡ ନଂ ୮, ମହାଲକ୍ଷ୍ମୀ ନାୟକ, ଓ୍ବାର୍ଡ ନଂ ୯ରେ ସ୍ବାଗତ ଆଶିଷ ନାୟକ, ଓ୍ବାର୍ଡ ନଂ. ୧୦ ସୁଜାତା କୁମାରୀ ମହାନ୍ତି, ଓ୍ବାର୍ଡ ନଂ ୧୧ ପି. ମୋହନ ରେଡ୍ଡି ଏବଂ ଓ୍ବାର୍ଡ ନଂ ୧୨ ପି. ଚନ୍ଦ୍ର ଶେଖର ପ୍ରମୁଖ ବିଜେଡି କାଉନସିଲର ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ସମସ୍ତେ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।