ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ପ୍ରଚାର କଲେ ପ୍ରାର୍ଥୀ

ଖଡିଆଳ,୮।୨(ଡି.ଏନ.ଏ.): ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସରପଞ୍ଚ ପ୍ରାର୍ଥୀ ପ୍ରଭୁଦତ୍ତ ଗୌଡ଼।

ଚଳିତ ପଞ୍ଚାୟତ ନିର୍ବାଚନରେ ଗଡ୍ରାମୁଣ୍ଡା ପଞ୍ଚୟତରେ ୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାରେ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଭୁଦତ୍ତ ଗୌଡଙ୍କ ନିର୍ବାଚନି ଚିହ୍ନ ମାଛ ରହିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଭୁଦତ୍ତ ସମର୍ଥକମାନଙ୍କ ସହ ଜିଅନ୍ତା ମାଛ ଧରି ପ୍ରଚାର କରୁଛନ୍ତି। ଏପରିକି ପଞ୍ଚାୟତରେ ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ପଞ୍ଚାୟତର ବିକାଶ ପ୍ରତି କାମ କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି। ପ୍ରଭୁଦତ୍ତଙ୍କ ପ୍ରଚାର ଶୈଳୀକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ନିର୍ବାଚନରେ ବିଜୟ ହେବାନେଇ ଆଶାବାଦୀ ଥିବା ପ୍ରଭୁଦତ୍ତ ପ୍ରକାଶ କରିଛନ୍ତି।