କ୍ୟାନ୍‌ସର ହସ୍ପିଟାଲ ଅଚଳ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଜିଲାର ଏଭଳି ସ୍ବାସ୍ଥ୍ୟ ସମସ୍ୟା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଉକ୍ତ ହସ୍ପିଟାଲକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜଣାଇଛନ୍ତି। ଦାବିପତ୍ର ଗ୍ରହଣ ସହିତ ଫୋରମର ପ୍ରତିନିଧିଙ୍କ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ବରଗଡ଼ କ୍ୟାନ୍‌ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ବରଗଡ଼ର ଫାଇଟର୍ସ ଗ୍ରୁପ୍‌ ସମେତ ବିଭିନ୍ନ ଅନୁଷ୍ଠାନ ତଥା ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡର ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରିଥିଲେ। ୨୦୨୧ ଶେଷଭାଗକୁ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାସହିତ ହସ୍ପିଟାଲ ପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା ଏବଂ ୨୦୨୪ ଜାନୁଆରୀ ମାସରେ ଏହା ଲୋକାର୍ପିତ ହୋଇଥିଲା। ସେତେବେଳେ ୩ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତି ଦିଆଯାଇ କ୍ୟାନ୍‌ସର ହସ୍ପିଟାଲ ଆଂଶିକ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ଏଠାରେ କାର୍ଯ୍ୟରତ ଡାକ୍ତରମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିବା ଯୋଗୁ କ୍ୟାନ୍‌ସର ହସ୍ପିଟାଲ ଗତ କିଛିଦିନ ତଳୁ ଅଚଳ ହୋଇପଡିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ତେଜି ଉଠିଛି।
ଏହି କ୍ରମରେ ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ ଦାବି ଜଣାଇଥିଲେ। ବିଧାନସଭା ପରିସରସ୍ଥିତ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ବରଗଡ଼ କ୍ୟାନ୍‌ସର ହସ୍ପିଟାଲ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ବରଗଡ଼ କ୍ୟାନ୍‌ସର ହସ୍ପିଟାଲର ପରିଚାଳନାର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରିସାରିଛନ୍ତି। ଏହାର କାର୍ଯ୍ୟକ୍ଷମ ଓ ସୁପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି ଏବଂ ତୁରନ୍ତ ଏହା କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲା ଫୋରମର ସଦସ୍ୟମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ଫୋରମ୍‌ ପକ୍ଷରୁ ବରଗଡ଼ କ୍ୟାନସର ହସ୍ପିଟାଲରେ କେମୋଥେରାପି ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ କେମୋଥେରାପି ସକାଶେ ବ୍ୟବହୃତ ହେଉଥିବା ହେମାଟିନିକ ଟାବଲେଟକୁ ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ (ଓଏସ୍‌ଏମ୍‌ସିଏଲ୍‌) କଟକ ଦ୍ବାରା ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ତେଣୁ ଏହାକୁ କର୍ପୋରେଶନ ସିଧାସଳଖ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ଯୋଗାଇ ଦେଉ ବୋଲି ଫୋରମ୍‌ ପ୍ରତିନିଧିମାନେ ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସେ ଦgିଗରେ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଫୋରମର ପ୍ରତିନିଧିଦଳ ସ୍ବତନ୍ତ୍ର ଭାବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ ଏବଂ ବରଗଡ଼ କ୍ୟାନ୍‌ସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା କାର୍ଯ୍ୟ ତ୍ୱରାନ୍ବିତ କରିବା ସହିତ କେମୋଥେରାପି ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ହେମାଟିନିକ ବଟିକା ବରଗଡକୁ ସିଧାସଳଖ ପର୍ଯ୍ୟାପ୍ତ ପରିମାଣରେ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଡା. ମହାଲିଙ୍ଗ ଏହା ଉପରେ ତୁରନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ଏହି ପ୍ରତିନିଧି ଦଳରେ ଫୋରମର ଆବାହକ ପ୍ରଦୀପ ଦେବତା, ମୁଖ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ପଣ୍ଡା, ସଂଯୋଜକ ରବି ପଣ୍ଡା, ପ୍ରତାପ ନାୟକ, ଦୀପକ ରଥ, ଭରତ ସାହୁ, ଗୋପାଳ ଶର୍ମା ଓ ଦୀପେଶ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri