କ୍ୟାନ୍‌ସର ହସ୍ପିଟାଲ ଅଚଳ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଜିଲାର ଏଭଳି ସ୍ବାସ୍ଥ୍ୟ ସମସ୍ୟା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଉକ୍ତ ହସ୍ପିଟାଲକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜଣାଇଛନ୍ତି। ଦାବିପତ୍ର ଗ୍ରହଣ ସହିତ ଫୋରମର ପ୍ରତିନିଧିଙ୍କ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ବରଗଡ଼ କ୍ୟାନ୍‌ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ବରଗଡ଼ର ଫାଇଟର୍ସ ଗ୍ରୁପ୍‌ ସମେତ ବିଭିନ୍ନ ଅନୁଷ୍ଠାନ ତଥା ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡର ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରିଥିଲେ। ୨୦୨୧ ଶେଷଭାଗକୁ କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାସହିତ ହସ୍ପିଟାଲ ପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା ଏବଂ ୨୦୨୪ ଜାନୁଆରୀ ମାସରେ ଏହା ଲୋକାର୍ପିତ ହୋଇଥିଲା। ସେତେବେଳେ ୩ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତି ଦିଆଯାଇ କ୍ୟାନ୍‌ସର ହସ୍ପିଟାଲ ଆଂଶିକ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ଏଠାରେ କାର୍ଯ୍ୟରତ ଡାକ୍ତରମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିବା ଯୋଗୁ କ୍ୟାନ୍‌ସର ହସ୍ପିଟାଲ ଗତ କିଛିଦିନ ତଳୁ ଅଚଳ ହୋଇପଡିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ତେଜି ଉଠିଛି।
ଏହି କ୍ରମରେ ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ ଦାବି ଜଣାଇଥିଲେ। ବିଧାନସଭା ପରିସରସ୍ଥିତ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ବରଗଡ଼ କ୍ୟାନ୍‌ସର ହସ୍ପିଟାଲ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ୟୁନାଇଟେଡ ଫୋରମ୍‌ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ୍‌ ବରଗଡ଼ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ବରଗଡ଼ କ୍ୟାନ୍‌ସର ହସ୍ପିଟାଲର ପରିଚାଳନାର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରିସାରିଛନ୍ତି। ଏହାର କାର୍ଯ୍ୟକ୍ଷମ ଓ ସୁପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି ଏବଂ ତୁରନ୍ତ ଏହା କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲା ଫୋରମର ସଦସ୍ୟମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ଫୋରମ୍‌ ପକ୍ଷରୁ ବରଗଡ଼ କ୍ୟାନସର ହସ୍ପିଟାଲରେ କେମୋଥେରାପି ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ କେମୋଥେରାପି ସକାଶେ ବ୍ୟବହୃତ ହେଉଥିବା ହେମାଟିନିକ ଟାବଲେଟକୁ ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ (ଓଏସ୍‌ଏମ୍‌ସିଏଲ୍‌) କଟକ ଦ୍ବାରା ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। ତେଣୁ ଏହାକୁ କର୍ପୋରେଶନ ସିଧାସଳଖ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ଯୋଗାଇ ଦେଉ ବୋଲି ଫୋରମ୍‌ ପ୍ରତିନିଧିମାନେ ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସେ ଦgିଗରେ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଫୋରମର ପ୍ରତିନିଧିଦଳ ସ୍ବତନ୍ତ୍ର ଭାବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ ଏବଂ ବରଗଡ଼ କ୍ୟାନ୍‌ସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା କାର୍ଯ୍ୟ ତ୍ୱରାନ୍ବିତ କରିବା ସହିତ କେମୋଥେରାପି ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ହେମାଟିନିକ ବଟିକା ବରଗଡକୁ ସିଧାସଳଖ ପର୍ଯ୍ୟାପ୍ତ ପରିମାଣରେ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଡା. ମହାଲିଙ୍ଗ ଏହା ଉପରେ ତୁରନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ଏହି ପ୍ରତିନିଧି ଦଳରେ ଫୋରମର ଆବାହକ ପ୍ରଦୀପ ଦେବତା, ମୁଖ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ପଣ୍ଡା, ସଂଯୋଜକ ରବି ପଣ୍ଡା, ପ୍ରତାପ ନାୟକ, ଦୀପକ ରଥ, ଭରତ ସାହୁ, ଗୋପାଳ ଶର୍ମା ଓ ଦୀପେଶ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri