ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ

ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ କର୍କଟ ରୋଗୀ ଥିବେ। ଏହି ସର୍ଭେ ଅନୁଯାୟୀ ଭାରତରେ କର୍କଟ ରୋଗ ହାର ଉଦବେଗଜନକ ଭାବରେ ବୃଦ୍ଧି ପାଉଛି। ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କର୍କଟ ରୋଗ ୧୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କର୍କଟ ଏକ ରୋଗ, ଯେଉଁଥିରେ ଶରୀରର ଏକ କୋଷ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଥାଏ। ଏହା ଯେକୌଣସି ସ୍ଥାନରୁ ଆରମ୍ଭ ହୋଇପାରେ ଏବଂ ସେଲ୍ ବିଭାଜନର କ୍ରମାଗତ ପ୍ରକ୍ରିୟାକୁ ବାଧା ଦେଇପାରେ।

ସର୍ବଭାରତୀୟ ସ୍ତରରେ ବଢୁଥିବା ଏହି ଭାରକୁ ମୁକାବିଲା କରିବା ପାଇଁ ବିଶେଷଜ୍ଞମାନେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପ୍ରୋତ୍ସାହିତ କରୁଛନ୍ତି ଯାହା କର୍କଟ ରୋଗ ହେବାର ସମ୍ଭାବନାକୁ ହ୍ରାସ କରିପାରେ।

କର୍କଟ ବିଶେଷଜ୍ଞଙ୍କ କହିବା ଅନୁସାରେ କିଛି ନିର୍ଦ୍ଦିଷ୍ଟ ଜୀବନଶୈଳୀ ଅଭ୍ୟାସ ଏବଂ ବିଭିନ୍ନ ପ୍ରକାରର କର୍କଟ ମଧ୍ୟରେ ଲିଙ୍କ୍ ତମାଖୁ ସେବନ କରିବା ଏବଂ ଅତ୍ୟଧିକ ମଦ୍ୟପାନ କରିବା ଠାରୁ ମଧ୍ୟ ଅଧିକ। ଅନେକ କର୍କଟ ରୋଗର ବିକାଶରେ ମଧ୍ୟ କିଛି ଅଳ୍ପ ଜଣାଶୁଣା କାରଣ ରହିଛି।”

ଯେଉଁଥିରେ ଦୈନଦିନ ଜୀବନରେ ଶାରୀରିକ ବ୍ୟାୟାମ ନ କରିବା କର୍କଟ ରୋଗ ଆଡକୁ ନେଇପାରେ। କର୍କଟ ବିକାଶ ପାଇଁ ମୋଟାପଣ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ ଅଟେ। ସ୍ତନ, କଲୋରେକ୍ଟାଲ୍, ପାନକ୍ରିୟା ଏବଂ କିଡନୀ କର୍କଟ ହେବାର ସମ୍ଭାବନା ରହିଛି।

ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଙ୍ଗର (ୟୁଭି) ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ କର୍କଟ ରୋଗର ଘାତକ ରୂପ ମେଲାନୋମା ସମେତ ଚର୍ମ କର୍କଟ ହେବାର ଆଶଙ୍କା ବଢିଥାଏ।

ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଯେଉଁଥିରେ ଅଧିକ ଚର୍ବି ଏବଂ କମ୍ ଫାଇବର ଯୁକ୍ତ ଖାଦ୍ୟ ଅନ୍ତସ୍ଥଳୀ, ଫୁସଫୁସ, ପ୍ରୋଷ୍ଟେଟ୍ ଏବଂ ଗର୍ଭାଶୟ କର୍କଟ ସହିତ ଅନେକ କର୍କଟ ରୋଗର ଆଶଙ୍କା ବଢାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri