Categories: ଜାତୀୟ

ଶାଢି ପିନ୍ଧିଲେ ହୋଇପାରେ କ୍ୟାନସର୍‌, ଜାଣନ୍ତୁ ଏହାର ଲକ୍ଷଣ

ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ। ଏଠାରେ ଥିବା ମହିଳାମାନେ ଯେକୌଣସି ପ୍ରକାରର ପାର୍ଟି, ପର୍ବ, ପୂଜାରେ ଶାଢି ପିନ୍ଧନ୍ତି। ଶାଢି କେବଳ ପାରମ୍ପରିକ ଢଙ୍ଗରେ ନୁହେଁ,ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ। କିନ୍ତୁ ଏବେ ଶାଢି ପିନ୍ଧୁଥିବା ମହିଳାଙ୍କ ପାଇଁ ଏକ ଖରାପ ଖବର ରହିଛି। ଭାରତୀୟ ମହିଳାମାନେ ଯେପରି ଶାଢି ପିନ୍ଧୁଛନ୍ତି,ତାହାଦ୍ୱାରା କ୍ୟାନସର ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ବୋଲି ଏକ ରିପୋର୍ଟରୁ କୁହାଯାଇଛି।
ଶାଢି କ୍ୟାନସର କ’ଣ
ଶାଢି ପିନ୍ଧିବା ଦ୍ୱାରା Squamous Cell carcinoma (SCC) ହେବାର ଆଶଙ୍କା ବଢିଥାଏ। ଏହି ପ୍ରକାର କର୍କଟ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଶାଢି କ୍ୟାନସର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଓନ୍‌ଲି ମାଇଁ ହେଲ୍‌ଥ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଏସସିପିଏମ ମେଡିକାଲ କଲେଜ ଏବଂ ହସ୍ପିଟାଲର କ୍ୟାନସର ବିଶେଷଜ୍ଞ ଡା. ସୁଦୀପ କହିଛନ୍ତି, ଭାରତର ଗ୍ରାମରେ ରହୁଥିବା ମହିଳାମାନେ ବର୍ଷସାରା ଶାଢି ପିନ୍ଧନ୍ତି। ଅଣ୍ଟାରେ ଶାଢି ଭିଡିବା ଫଳରେ ଏକ କଳା ଚିହ୍ନ ହୋଇଯାଏ। ଏହି ଚିହ୍ନ ଶାୟା ବନ୍ଧାଯିବା ଦ୍ୱାରା ହୋଇଥାଏ। ଏହି ଚିହ୍ନ ଶେଷରେ ଚର୍ମ କର୍କଟରେ ପରିଣତ ହୁଏ। ଅତ୍ୟଧିକ ଉତ୍ତାପରେ ରହୁଥିବା ମହିଳାମାନେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଏହି ରୋଗ ବିହାର ଏବଂ ଝାଡଖଣ୍ଡର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
କ୍ୟାନର ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ, ଆପଣଙ୍କ ଜୀବନଶୈଳୀକୁ ସଂଶୋଧନ କରିବା ସବୁଠାରୁ ଗୁରୁତ୍ୱପୂଣ୍ଣ। ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏକ ସକ୍ରିୟ ଜୀବନଶୈଳୀ ବଜାୟ ରଖନ୍ତୁ। ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ଯେତେ ସକ୍ରିୟ ହେବେ ଏହା ଶରୀର ପାଇଁ ଅଧିକ ଲାଭଦାୟକ ହେବ।

Share