Categories: ଜାତୀୟ

ଲୋକ ସଭା ସଦସ୍ୟତା ପଦ ରଦ୍ଦ ଏକଛତ୍ରବାଦୀ ଶାସନର ଏକ ଉଦାହରଣ: ଗେହଲୋଟ

ନୂଆଦିଲ୍ଲୀ,୨୪।୩: ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି। ଯାହାକୁ ନେଇ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରିବା ଏକଛତ୍ରବାଦୀ ଶାସନର ଅନ୍ୟ ଏକ ଉଦାହରଣ। ଭାଜପା ଭୁଲିଯିବା ଉଚିତ୍‌ ନୁହେଁ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରିଥିଲେ ଏବଂ ଏହାର ପରିଣାମ ମଧ୍ୟ ସାମ୍ନା କରିବାକୁ ପଡିଥିଲା। ରାହୁଲ ଗାନ୍ଧୀ ଦେଶର ସ୍ବର। ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି ଏବଂ ଦେଶରେ ହେଉଥିବା ହିଂସା ପ୍ରସଙ୍ଗ ଉପରେ ନିଜର ସ୍ବର ଉଠାଇଛନ୍ତି। ଏଗୁଡିକ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଭାଜପା ସରକାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଦମନକାରୀ ପଦକ୍ଷେପ ନେଉଛନ୍ତି।

Share