Posted inଜାତୀୟ

ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର

ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା ଲାଗିଛି। ଏଭଳି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର କ୍ଷୋଭ ପ୍ରକାଶ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କାର୍ଯ୍ୟ ଶତ ପ୍ରତିଶତ ହେବା ଦରକାର। ଏହାର କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିବା ସହ ଆନ୍ଦୋଳନକାରୀ ଓକିଲମାନଙ୍କ ଲାଇସେନ୍ସ ବାତିଲ କରିବାକୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ (ବିସିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଆବେଦନ ଉପରେ ଶୁଣାଣି କରୁଥିବା ଖଣ୍ଡପୀଠ ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ଜଷ୍ଟିଓ ଅଭୟ ଏସ୍‌. ଓକା ଉପରୋକ୍ତ ନିର୍ଦ୍ଦେଶ ଦେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବା ଭଳି ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ନ୍ୟାୟିକ ଅଧିକାରୀ, କର୍ମଚାରୀ, ମହକିଲମାନଙ୍କୁ କୋର୍ଟ ପରିସରକୁ ଯିବା ଏବଂ ଫେରିବା ବେଳେ ସୁରକ୍ଷା ଦେବା ନିମନ୍ତେ ପୋଲିସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ଦୋଳନକାରୀ ଓକିଲମାନେ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ। ଯେଉଁ ଓକିଲ କିମ୍ବା ସାଧାରଣ ଲୋକେ ନିଜ ମାମଲା ଲଢ଼ିବାକୁ ଚାହିଁବେ, ସେମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ସୂଚନାଥାଉ କି, ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଖଣ୍ଡପୀଠ ଗତ ୧୪ ତାରିଖରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ୧୬ ତାରିଖ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ

ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଥିଲେ। ଆନ୍ଦୋଳନ ଯୋଗୁ ନ୍ୟାୟ ଅପେକ୍ଷାରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାର ଅନେକ ଓକିଲ ସଂଘର ବ୍ୟବହାର ସନ୍ତୋଷଜନକ ନୁହେଁ ବୋଲି ଖଣ୍ଡପୀଠ କହିବା ସହ ଅଧିକ ସମୟ ଦେବା ପାଇଁ ପଶ୍ଚିମ ଓଡ଼ିଶା ବାର୍‌ ଆସୋସିଏଶନଗୁଡ଼ିକର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)ର ଆବେଦନକୁ ଖାରଜ କରିଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ସିଏସି ଆବାହକ ଅଶୋକ ଦାସଙ୍କ ନେତୃତ୍ୱରେ ଗତ ୧୬ ତାରିଖରେ ସମ୍ବଲପୁରର ଜିଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ଏକ ବୈଠକ ହୋଇଥିଲା। ଏଥିରେ ସରକାରଙ୍କ ଚକ୍ରାନ୍ତ ଥିବା, ଏକତରଫା ବିଚାର ଏବଂ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ କରାଯାଇଥିଲା। ସିଏସି କର୍ମକର୍ତ୍ତା ଦର୍ଶାଇଥିଲେ, ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦିଆଯାଉଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପଶ୍ଚିମ ଓଡ଼ିଶାର ସିଏସିରେ ସାମିଲ ଥିବା ସମସ୍ତ ଆଇନଜୀବୀ ଲାଇସେନ୍ସ ସରେଣ୍ଡର କରିବେ। ରାଜ୍ୟ ସରକାର ତୁରନ୍ତ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ଉଲ୍ଲେଖ କରି ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ପାଖରେ ଦାଖଲ କରନ୍ତୁ। ଏହାସହ ଆଇନଜୀବୀଙ୍କ ମଧ୍ୟରେ ଯେଭଳି ବିବାଦ ଦେଖାଦେଇଛି, ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ଦାବି କରାଯାଇଥିଲା।
ସୋମବାର ଶୁଣାଣି ବେଳେ ଖଣ୍ଡପୀଠ ଅବଗତ ହୋଇଥିଲେ ଯେ, ଓଡ଼ିଶାର ବିଭିନ୍ନ ଜିଲାରେ ଓକିଲମାନଙ୍କ ଆନ୍ଦୋଳନ ଜାରି ରହିବା ସହ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ। ଏହି ଆନ୍ଦୋଳନ ଯୋଗୁ ଗତ ଅକ୍ଟୋବରରେ ଅତିକମ୍‌ରେ ୨୦ ଜିଲାରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସମୁଦାୟ ୩,୨୧୬ ଘଣ୍ଟାର ନ୍ୟାୟିକ କାର୍ଯ୍ୟ ନଷ୍ଟ ହୋଇଥିବା ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି। ଗତ ଶୁକ୍ରବାର ଖୋର୍ଦ୍ଧା ଜିଲା କୋର୍ଟ ପରିସରରେ ହୋଇଥିତ୍ବା ଘଟଣା ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଅବଗତ ହୋଇଛନ୍ତି। ଉକ୍ତ ଦିନ ଆନ୍ଦୋଳନକାରୀ ଓକିଲମାନେ ନ୍ୟାୟିକ ଅଧିକାରୀ ଏବଂ ଅନ୍ୟ ଓକିଲମାନଙ୍କ କୋର୍ଟକୁ ଯିବା ଏବଂ ଫେରିବାରେ ବାଧା ସୃଷ୍ଟି କରିଥିଲେ। ଏନେଇ ଜିଲା ଜଜ୍‌ ସୁପ୍ରିମ୍‌କୋର୍ଟଙ୍କୁ ଚିଠି ଲେଖି ନ୍ୟାୟିକ ଅଧିକାରୀ, କର୍ମଚାରୀ ଏବଂ ମହକିଲମାନଙ୍କ ସୁରକ୍ଷା ଲୋଡ଼ିଥିଲେ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବିଭିନ୍ନ ଜିଲାରେ ଓକିଲମାନେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରିଆସୁଛନ୍ତି। ଏନେଇ ଖଣ୍ଡପୀଠ କହିଛନ୍ତି ଯେ, ପ୍ରତ୍ୟେକ ଜିଲାରେ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ସମ୍ଭବ, କିନ୍ତୁ ହାଇକୋର୍ଟ ବେଞ୍ଚ ନୁହେଁ। ଓଡ଼ିଶା ସେଭଳି ଏକ ବଡ଼ ରାଜ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri