Categories: ଜାତୀୟ

ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ଖାରଜ ପାଇଁ ଦାବି କଲା ଟିଏମ୍‌ସି

କୋଲକାତା,୧୭।୩: ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଭୋଟର ଷ୍ଟାଟସ୍‌ରେ ସେ ନନ୍ଦିଗ୍ରାମରେ ରହୁଥିବା ଦର୍ଶାଇଛନ୍ତି। ସେ ଏଠାରେ ରହୁ ନାହାନ୍ତି ଓ ରେସିଡେନ୍ସ ବିବରଣୀରେ ମିଥ୍ୟା ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣିଛି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ। ଭୁଲ ରେସିଡେନ୍ସ ବିବରଣୀ ପ୍ରଦାନ କରିଥିବାରୁ ଶୁଭେନ୍ଦୁଙ୍କ ନାମାଙ୍କନ ପତ୍ର ବେଆଇନ ଓ ଏହାକୁ ଖାରଜ କରାଯାଉ ବୋଲି ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟକୁ ପତ୍ର ଲେଖିଛି ଟିଏମ୍‌ସି।

ଶୁଭେନ୍ଦୁଙ୍କ ନିକଟରେ ହଲଦିଆର ଆଉ ଏକ ଭୋଟର ଆଇଡି ରହିଛି। ଅଧିକାରୀ ଦାଖଲ କରିଥିବା ନାମାଙ୍କନ ପତ୍ରରେ ସେ ନନ୍ଦିଗ୍ରାମର ନନ୍ଦନୟାକବର ଗ୍ରାମରେ ରହୁଥିବା ଦର୍ଶାଇଛନ୍ତି। ହେଲେ ସେଠାରେ ସେ ଗତ ୬ ମାସ ହେଲା ରହୁ ନ ଥିବା ଟିମ୍‌ସି ପକ୍ଷରୁ ଲେଖାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏଥିରେ ରହିଛି ବରିଷ୍ଠ ଟିଏମ୍‌ସି ନେତା ଡେରେକ ଓ’ ବ୍ରେନଙ୍କ ହସ୍ତାକ୍ଷର। ଉଲ୍ଲେଖଥାଉ କି, ଟିଏମସି ଛାଡ଼ି ଭାଜପାରେ ଯୋଗଦେଇଥିବା ଅଧିକାରୀ ମଧ୍ୟ ମମତାଙ୍କ ନାମାଙ୍କନ ଖାରାଜ କରିବା ପାଇଁ ଦାବି କରିଥିଲେ।

Share