ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେବା ସହ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଗମନାଗମନ ଠପ୍‌ ହୋଇ ଯାଇଥିଲା। କେବଳ ଏତିକି ନୁହେଁ, ଏହା ଏକ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ତରିକୁନ୍ଦ ପାଣ୍ଡି, ସ୍ବାସ୍ଥ୍ୟ କେନ୍ଦ୍ର ଓ ଲୋକଙ୍କ ଘରେ ପାଣି ପଶିିବା ସହ ଶତାଧିକ ହେକ୍ଟର ଜମି ଜଳାର୍ଣ୍ଣବ ହୋଇଯାଇଛି। ଏନେଇ କ୍ଷତିପୂରଣ ଦାବିରେ ତରିକୁନ୍ଦ ବଜାରର ବ୍ୟବସାୟୀମାନେ ଆନ୍ଦୋଳନ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ତରିକୁନ୍ଦ ଗ୍ରାମର ପଞ୍ଚୁ ସାହୁ, କାହ୍ନୁଚରଣ ସାହୁ, ଜୟଦେବ ବେହେରା, ବାପୁନି ସାହୁ ପ୍ରମୁଖଙ୍କ କହିବା କଥା ହେଲା ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ହୋଇଥିଲା। ଏହି ସମୟରେ ସେମାନେ ଶୋଇଥିଲେ। ହଠାତ୍‌ ଘର ଓ ଅଗଣାରେ ପାଣି ପଶିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତା’ପରେ କେନାଲ ଭାଙ୍ଗିଥିବା ଜଣାପଡ଼ିଥିଲା। ଏହି କୃତ୍ରିମ ବନ୍ୟାରେ ତରିକୁନ୍ଦ ବଜାରରେ ଦୋକାନ କରିଥିବା ଅନେକ ବ୍ୟବସାୟୀଙ୍କ ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ବ୍ୟବସାୟୀ ସରୋଜ କୁମାର ମହାନ୍ତିଙ୍କ କହିବା କଥା ହେଲା, ତାଙ୍କର ବିସ୍କୁଟ ଡିଲରଶିପ୍‌ ରହିଛି। ପାଣି ଆସିବାରୁ ଗୋଦାମରେ ଗଚ୍ଛିତ ଥିବା ପାଖାପାଖି ୩ ଲକ୍ଷ ଟଙ୍କାର ବିସ୍କୁଟ, ସିମେଇ ଓ ଧୂପକାଠି ନଷ୍ଟ ହୋଇଯାଇଛି। କୈଳାସ ଚନ୍ଦ୍ର ମଲ୍ଲିକ କହିଛନ୍ତି, ତାଙ୍କ ଦୋକାନରେ ୨ କୁଇଣ୍ଟାଲ ଚାଉଳ ଥିଲା। ବ୍ୟବସାୟ ପାଇଁ ମାଛ ଗଚ୍ଛିତ ଥିଲା। ପାଣି ମାଡ଼ି ଆସିବା ଯୋଗୁ ଚାଉଳ ନଷ୍ଟ ହେବା ସହ ମାଛ ଭାସିଯାଇଛି। ବହୁ ଲୋକଙ୍କ ଘରେ ପାଣି ଢେଉ ମାରୁଛି। ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ଭିଜିଯାଇଛି।
ରବିବାର ସକାଳେ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଗମନାଗମନ ଠପ୍‌ ସାଙ୍ଗକୁ ଜଳ ପ୍ରବାହ ବଢ଼ିଥିଲା। ଏହାସତ୍ତ୍ବେ ଜିଲା ପ୍ରଶାସନ କିମ୍ବା ଜଳ ସମ୍ପଦ ବିଭାଗର କୌଣସି ଯନ୍ତ୍ରୀ ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ଅସନ୍ତୋଷ ବଢ଼ିଥିଲା। ଶେଷରେ ଉତ୍ତ୍ୟକ୍ତ ଲୋକେ ହୋ ହଲ୍ଲା କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଲୋକଙ୍କ ଅଭିଯୋଗ ହେଲା, ପ୍ରତିବର୍ଷ ଜଳ ସମ୍ପଦ ବିଭାଗ କେନାଲରେ ପାଣି ଛାଡ଼ିଲା ବେଳକୁ ସଫେଇ କରୁଛି। ଏହି କାମ ଜୁନ୍‌ ସୁଦ୍ଧା ଶେଷ କରା ନ ଯାଇ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି କେନାଲରେ ପାଣି ଆସିଲେ ଅନାବନା ଗଛ ଓ ଘାସ ଆଦି ପାଣିରେ ବୁଡ଼ିଯିବ ଏବଂ ଉପରେ ଯେଉଁ ଘାସ, ଦଳ ଆଦି ରହିଥିବ ସେଗୁଡିକୁ ମେଶିନ କିମ୍ବା କମ୍‌ ସଂଖ୍ୟକ ଶ୍ରମିକ ଲଗାଇ ସଫା କରିଦିଆଯିବ। ଏଭଳି କରି ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଓ ଠିକାଦାରମାନେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି। କେବଳ ସଫେଇ ନୁହେଁ, କେନାଲ ଓ ନଦୀ ବନ୍ଧ ମରାମତି ନାଁରେ ମୋଟା ଅଙ୍କର ଅର୍ଥ ଚଳୁ କରାଯାଉଛି। ଅପରପକ୍ଷେ ତରିକୁନ୍ଦ ଓ ଦଳେଇଘାଇ ନିକଟରେ କେନାଲର ଦୁର୍ବଳ ସ୍ଥାନ ମରାମତି କରାଯାଇ ନ ଥିବାରୁ ଏଭଳି ଘଟଣା ଘଟିଛି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ପ୍ରତିବର୍ଷ ଖରିଫ ପ୍ରସ୍ତୁତିକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବୈଠକ ହେଉଛି। ଏଥିରେ ନଦୀ ଓ କେନାଲ ବନ୍ଧର ସୁରକ୍ଷା ସାଙ୍ଗକୁ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ତା’ଉପରେ ବିସ୍ତୃତ ଆଲୋଚନା ହେଉଛି। କିନ୍ତୁ ତାହା କେବଳ ଔପଚାରିକତା ପାଇଁ ହେଉଛି। ତରିକୁନ୍ଦ ଓ ଦଳେଇଘାଇ ନିକଟରେ କେନାଲ ଭାଙ୍ଗି ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛି ତାହା ବିଭାଗୀୟ ଦାହିତ୍ୱହୀନତାର ନଗ୍ନ ନମୁନା। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ କହିଛନ୍ତି, ପାଣି କମିଲା ପରେ କେଉଁ କାରଣରୁ ଏଭଳି ଘଟିଲା ଅନୁଧ୍ୟାନ ହେବ। ତେବେ ବାଲି ବସ୍ତା ଦ୍ୱାରା ବନ୍ଧ ବନ୍ଧାଯିବା ପାଇଁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri