ନିରାକାରପୁର,୨୪ା୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ୧୯୮୧ ଡିସେମ୍ବର ୨୧ରେ ରାମେଶ୍ୱରଗଡ଼ଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ନଦୀଠାରୁ ଦୂରରେ ଥିବା ଚାଷୀ କିଭଳି ଠିକ୍ ଭାବରେ ପାଣି ପାଇପାରିବେ ସେଥିପାଇଁ କେନାଲ ନିର୍ମାଣ କରାଯାଇଛି। କିନ୍ତୁ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କମାନଙ୍କ ଦାୟିତ୍ୱହୀନତା ଯୋଗୁ ଏବେ କିଛି ଅସାଧୁ ବ୍ୟକ୍ତି ଏହି କେନାଲ ବନ୍ଧ ଉପରେ ଜୋର ଜବରଦସ୍ତ ବାସଗୃହ, ଦୋକାନ ଘର ଏବଂ ପାଇଖାନା ନିର୍ମାଣ କରିଛନ୍ତି। ଯାହାଫଳରେ ଚାଷୀଟି ତା’ର ନିତ୍ୟ ବ୍ୟବହାର୍ଯ୍ୟ ଚାଷ ସାମଗ୍ରୀ ନେବା ପାଇଁ କଷ୍ଟ ହେଉଛି। ଯଦି କୈାଣସି ଚାଷୀ ଏହାକୁ ବିରୋଧ କରୁଛନ୍ତି, ତେବେ ଭଡ଼ାଟିଆ ଗୁଣ୍ଡା ଏବଂ କୁଜି ନେତାଙ୍କର ରୋଷର ଶିକାର ହେବାକୁ ପଡୁଛି। ଏ ଭୟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଏପରିକି ଗୋଟିଏ ବିଲରୁ ଅନ୍ୟ ବିଲକୁ ପାଣି ଯିବା ପାଇଁ ଅଣ୍ଡର୍ ପାସ୍ କେନାଲ ବିଭାଗୀୟ ପକ୍ଷରୁ କରାଯାଇଛି। ହେଲେ କିଛି ମୁଷ୍ଟିମେୟଙ୍କ ଯୋଗୁ ସେଗୁଡିକୁ ପୋତା ଯାଇ ଦୋକାନ ଘର ଓ ବାସଗୃହ ନିର୍ମାଣ କରାଯାଉଛି। ଯାହା ଫଳରେ ପାଣି ଆରପଟ ବିଲକୁ ଯାଇ ନ ପାରିବାରୁ ଚାଷୀ ହଇରାଣ ହେଉଛନ୍ତି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ବିଶେଷକରି ସେମାନେ ବ୍ୟବହାର କରୁଥିବା ଅପରିଷ୍କାର ଏବଂ ଲାଟିନ ପାଣି କେନାଲକୁ ଖୁଲମଖୋଲା ଛାଡୁଛନ୍ତି। ଏନେଇ ଏହାର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ରାୟଙ୍କୁ ପଚାରିବାରୁ ଏ ବାବଦରେ ତହସିଲଦାରଙ୍କୁ ଦୁଇଦୁଇ ଥର ଚିଠି ଲେଖିଲୁଣି କିନ୍ତୁ ସେ ଶୁଣୁନାହାନ୍ତି। ଏବେ ଉପର ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ରୋଗ ଯନ୍ତ୍ରଣା ସହି ନପାରି କଳାକାରଙ୍କ ଆତ୍ମହତ୍ୟା ଉଦ୍ୟମ: ଫିନାଇଲ୍ ପିଇ
ହାଟଡିହୀ/ଛେନାପଦୀ, ୧୫।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍ ଅନ୍ତର୍ଗତ ବେଲବନ୍ଧ ଗ୍ରାମର ଜଣେ ବୃଦ୍ଧ କଳାକାର ରୋଗ ଯନ୍ତ୍ରଣା ସହି ନପାରି ଶନିବାର…
୨୦୧୯ ଇତିହାସର ପୁନରାବୃତ୍ତି, ନ୍ୟୁଜିଲାଣ୍ଡ ମାଟିରେ ସମ୍ପୂର୍ଣ୍ଣ ଅସହାୟ ନଜର ଆସିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍
ମାଉଣ୍ଟ ମାଉଙ୍ଗାନୁଇ, ୧୫ା୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ମଇଦାନରେ ଖେଳାଯାଉଥିବା ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ପୁଣିଥରେ କିୱି…
ଜଣାପଡ଼ିଲା ଦେବ୍ରିଗଡ଼ରେ ଠାବ ମହାବଳର ଗତିପଥ: କେଉଁଠୁ ଆସିଲା…
ସମ୍ବଲପୁର, ୧୫।୧୧ (ପ୍ରମୋଦ ବହିଦାର): ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ…
ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟେନର ନାଗରିକତା, ଉତ୍ସବ ପାଳନର ଫଟୋ ଶେୟାର କରି ଦେଲେ…
ଲଣ୍ଡନ, ୧୫ା୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଲଳିତ ମୋଦି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟିଶ ନାଗରିକତା ମିଳିଥିବା…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୭ରେ ଭୀଷଣ ବାତ୍ୟା !
ଭୁବନେଶ୍ୱର,୧୫ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଛି। ସକାଳ ୫ଟା ୩୦ରେ ଏହା ଅବପାତରେ ପରିଣତ ହୋଇଛି। ତେବେ ୧୬ ତାରିଖ ସନ୍ଧ୍ୟା…
Ind vs NZ: ସିରିଜ୍ କବଜା କରିବାକୁ ଭାରତର ମାଷ୍ଟରଷ୍ଟ୍ରୋକ୍! ୨୭ ବର୍ଷୀୟ ଦ୍ରୁତ ବୋଲରଙ୍କ ଡେବ୍ୟୁ
ନୂଆଦିଲ୍ଲୀ,୧୫।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଦ୍ରୁତ ବୋଲର ଯଶ ଠାକୁର ଭାରତୀୟ…
ଡିହଡୋଳ ବଜାରରେ ଦନ୍ତା ହାତୀ ଆତଙ୍କ: ଭୟଭୀତ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା
ପରଜଙ୍ଗ, ୧୫।୧୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳର ଡିହଡୋଳ ବନ ବିଭାଗ ସେକ୍ସନ ଅଧୀନ ଡିହଡୋଳ ବଜାର ଅଞ୍ଚଳରେ ରବିବାର ସକାଳେ ଏକ…
ଅଷ୍ଟମ ପାସ୍ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ! ମିଳିବ ସରକାରୀ ଚାକିରି, ଆଜି ହିଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ, ୧୫ା୧୧: ସରକାରୀ ଚାକିରି ଖୋଜୁଥିବା ଯୁବତୀଯୁବକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ସରକାରୀ ଚାକିରି…

