ଭଞ୍ଜନଗରରେ ଜବରଦଖଲକାରୀଙ୍କ କବଳରେ କେନାଲ ଆଡ଼ିବନ୍ଧ; ରାସ୍ତାରେ ଭାସୁଛି ପାଣି, ଦୃଷ୍ଟି ଦେଉ ନାହାନ୍ତି କର୍ତ୍ତୃପକ୍ଷ

ଭଞ୍ଜନଗର,୨।୭(ବାବୁଲା ପ୍ରଧାନ)-ସର୍ବସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ କରାଯାଉଛି। କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣଜନତା ତାହାର କୁପରିଣାମ ଭୋଗୁଛନ୍ତି। ଏଭଳି ଏକ ଘଟଣାକ୍ରମରେ ଭଞ୍ଜନଗର ସହର ଏବଂ ସହରତଳି ଗ୍ରାମ ଗୁଡିକରେ ଜଳସେଚନ ସୁବିଧା ପାଇଁ କେନାଲ ନିର୍ମାଣ ହୋଇଛି। କିନ୍ତୁ ଇତିମଧ୍ୟରେ କେନାଲ ଆଡ଼ିବନ୍ଧକୁ କିଛି ଲୋକେ ଜବରଦଖଲ କରିନେଲେଣି। ଫଳରେ ଏବେ ଅନେକ ସମସ୍ୟା ଦେଖାଦେଇଛି। କେଉଁଠି କେନାଲ ଆଡ଼ିବନ୍ଧ ସଫେଇରେ ସମସ୍ୟା ହେଉଛି ତ ଆଉ କେଉଁଠି ଯାତାୟତରେ ଅସୁବିଧା ହେଉଛି। ଲୋକେ ବର୍ଷ ବର୍ଷ ଧରି ଜବରଦଖଲ କରି ରଖିଛନ୍ତି। ଯେତେବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ ଆବଶ୍ୟକ ପଡୁଛି ସେତେବେଳେ ଆଇନଗତ ସମସ୍ୟା ଦେଖାଦେଉଛି।

ଭଞ୍ଜନଗର ସହରର ଅଧିକାଂଶ କେନାଲ ଆଡ଼ି ଜବରଦଖଲ ହୋଇଛି। କେଉଁଠି ସରକାରୀ କାର୍ଯ୍ୟାଳୟ ଜବରଦଖଲ କରିଛି ତ ଆଉ କେଉଁଠି କିଛି ଲୋକ ଜବରଦଖଲ କରିଛନ୍ତି। ତେଣୁ ଉକ୍ତ କେନାଲ ଗୁଡ଼ିକରେ ପାଣି ଆଉ ଠିକ ଭାବେ ଚାଷ କାର୍ଯ୍ୟପାଇଁ ଯାଉନାହିଁ। ସହରର ମଇଳା ପାଣି ବର୍ତ୍ତମାନ କେନାଲ ରେ ଯାଉଛି। ବର୍ଷା ଦିନେ ବର୍ଷା ପାଣି କେନାଲ ରେ ଠିକ ଭାବେ ନିଷ୍କାସନ ହୋଇନପାରି ରାସ୍ତାଘାଟ ଏଣେତେଣେ ଭାସୁଛି। ଏନେଇ କୌଣସି ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଉଛି । ଅନ୍ୟପଟେ ଏହି ବ୍ଲକ ଅନ୍ତର୍ଗତ ଭାଲିଆଖାଇ ଗ୍ରାମରେ ମଧ୍ୟ କେନାଲ ଆଡିକୁ କିଛି ଲୋକ ଜବରଦଖଲ କରିଥିବା ନେଇ ଗତ ସପ୍ତାହରେ ଭଞ୍ଜନଗର ତହସିଲଦାରଙ୍କ ନିକଟରେ ଗ୍ରାମବାସୀଅଭିଯୋଗ କରିଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆର୍‌ଆଇ ଘଟଣାର ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ ଆଗକୁ କଣ ପଦକ୍ଷେପ ନେଉଛି ରାଜସ୍ବ ବିଭାଗ ତାହାକୁ ନେଇ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି। ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ ଜବରଦଖଲ ସମସ୍ୟା ବଢୁଛି। ତାହାର କୁପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri