ଭଞ୍ଜନଗରରେ ଜବରଦଖଲକାରୀଙ୍କ କବଳରେ କେନାଲ ଆଡ଼ିବନ୍ଧ; ରାସ୍ତାରେ ଭାସୁଛି ପାଣି, ଦୃଷ୍ଟି ଦେଉ ନାହାନ୍ତି କର୍ତ୍ତୃପକ୍ଷ

ଭଞ୍ଜନଗର,୨।୭(ବାବୁଲା ପ୍ରଧାନ)-ସର୍ବସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ କରାଯାଉଛି। କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣଜନତା ତାହାର କୁପରିଣାମ ଭୋଗୁଛନ୍ତି। ଏଭଳି ଏକ ଘଟଣାକ୍ରମରେ ଭଞ୍ଜନଗର ସହର ଏବଂ ସହରତଳି ଗ୍ରାମ ଗୁଡିକରେ ଜଳସେଚନ ସୁବିଧା ପାଇଁ କେନାଲ ନିର୍ମାଣ ହୋଇଛି। କିନ୍ତୁ ଇତିମଧ୍ୟରେ କେନାଲ ଆଡ଼ିବନ୍ଧକୁ କିଛି ଲୋକେ ଜବରଦଖଲ କରିନେଲେଣି। ଫଳରେ ଏବେ ଅନେକ ସମସ୍ୟା ଦେଖାଦେଇଛି। କେଉଁଠି କେନାଲ ଆଡ଼ିବନ୍ଧ ସଫେଇରେ ସମସ୍ୟା ହେଉଛି ତ ଆଉ କେଉଁଠି ଯାତାୟତରେ ଅସୁବିଧା ହେଉଛି। ଲୋକେ ବର୍ଷ ବର୍ଷ ଧରି ଜବରଦଖଲ କରି ରଖିଛନ୍ତି। ଯେତେବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ ଆବଶ୍ୟକ ପଡୁଛି ସେତେବେଳେ ଆଇନଗତ ସମସ୍ୟା ଦେଖାଦେଉଛି।

ଭଞ୍ଜନଗର ସହରର ଅଧିକାଂଶ କେନାଲ ଆଡ଼ି ଜବରଦଖଲ ହୋଇଛି। କେଉଁଠି ସରକାରୀ କାର୍ଯ୍ୟାଳୟ ଜବରଦଖଲ କରିଛି ତ ଆଉ କେଉଁଠି କିଛି ଲୋକ ଜବରଦଖଲ କରିଛନ୍ତି। ତେଣୁ ଉକ୍ତ କେନାଲ ଗୁଡ଼ିକରେ ପାଣି ଆଉ ଠିକ ଭାବେ ଚାଷ କାର୍ଯ୍ୟପାଇଁ ଯାଉନାହିଁ। ସହରର ମଇଳା ପାଣି ବର୍ତ୍ତମାନ କେନାଲ ରେ ଯାଉଛି। ବର୍ଷା ଦିନେ ବର୍ଷା ପାଣି କେନାଲ ରେ ଠିକ ଭାବେ ନିଷ୍କାସନ ହୋଇନପାରି ରାସ୍ତାଘାଟ ଏଣେତେଣେ ଭାସୁଛି। ଏନେଇ କୌଣସି ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଉଛି । ଅନ୍ୟପଟେ ଏହି ବ୍ଲକ ଅନ୍ତର୍ଗତ ଭାଲିଆଖାଇ ଗ୍ରାମରେ ମଧ୍ୟ କେନାଲ ଆଡିକୁ କିଛି ଲୋକ ଜବରଦଖଲ କରିଥିବା ନେଇ ଗତ ସପ୍ତାହରେ ଭଞ୍ଜନଗର ତହସିଲଦାରଙ୍କ ନିକଟରେ ଗ୍ରାମବାସୀଅଭିଯୋଗ କରିଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆର୍‌ଆଇ ଘଟଣାର ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କିନ୍ତୁ ଆଗକୁ କଣ ପଦକ୍ଷେପ ନେଉଛି ରାଜସ୍ବ ବିଭାଗ ତାହାକୁ ନେଇ ଗ୍ରାମବାସୀ ଅପେକ୍ଷାରେ ଅଛନ୍ତି। ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ ଜବରଦଖଲ ସମସ୍ୟା ବଢୁଛି। ତାହାର କୁପରିଣାମ ସାଧାରଣ ଜନତା ଭୋଗୁଛନ୍ତି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri