ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ

ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେହିପରି ଆଉ ଜଣେ ୭୦ ବର୍ଷୀୟ ବୃଦ୍ଧ ଦୀର୍ଘ ୩୦ ବର୍ଷ ଧରି କଠିନ ପରିଶ୍ରମ କରି ୫ କିଲୋମିଟର ଲମ୍ବର କେନାଲ ତିଆରି କରିପାରିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ବର୍ଷାଜଳ ଏହି କେନାଲ ଦେଇ ଚାଷଜମିକୁ ଯାଉଛି। ଫଳରେ ୩ ଗାଁର ପ୍ରାୟ ୩ ହଜାର ଲୋକ ଉପକୃତ ହେଉଛନ୍ତି।
ବିହାରର ଗୟା ନିବାସୀ ଲୋଙ୍ଗି ଭୂୟାନ୍‌ କଠିନ ପରିଶ୍ରମ କରି ଏପରି ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ। ୩୦ ବର୍ଷ ଧରି ଏହି କଠିନ ପରିଶ୍ରମ କରିବା ପରେ ପାହାଡ଼ରୁ ପଡୁଥିବା ବର୍ଷାଜଳକୁ ଗାଁ ଚାଷଜମିକୁ ଆଣିବାରେ ସଫଳ ହୋଇପାରିଛନ୍ତି। ସେ ପ୍ରତିଦିନ ଜଙ୍ଗଲରେ ପହଞ୍ଚି କେନାଲ ଖୋଳା କାମ କରୁଥିଲେ। ଏହି କାମ ପାଇଁ ତାଙ୍କ ପୁଅ ବୋହୂ ଲୋଙ୍ଗିଙ୍କୁ ମନା କରୁଥିଲେ। ମାତ୍ର ସେ କାହା କଥା ନ ଶୁଣି ତାଙ୍କ କାମ କରିବାକୁ ଚାଲି ଯାଉଥିଲେ।
ବାସ୍ତବରେ ଏହି ଅଞ୍ଚଳରେ ଜଳ ଅଭାବରୁ ଲୋକେ କେବଳ ମକା ଏବଂ ଚଣା ଚାଷ କରୁଥିଲେ। ଗାଁର ଏପରି ପରିସ୍ଥିତି ଦେଖି ଯୁବକମାନେ ଚାକିରି ଖୋଜିବା ପାଇଁ ଗାଁ ଛାଡ଼ି ଚାଲିଯାଇଥିବା ବେଳେ ଲୋଙ୍ଗିଙ୍କ ମନକୁ କିନ୍ତୁ ଏହି କଥା ଆସିଥିଲା। ଗ୍ରାମବାସୀ କୁହନ୍ତି, ଲୋଙ୍ଗିଙ୍କୁ କିଛି ସରକାରୀ ସହାୟତା ମିଳିଲେ ଗାଁର ଆଉ କିଛି ଉନ୍ନତି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri