କାନାଡ଼ା ଜଙ୍ଗଲ ନିଆଁ ଆମେରିକାକୁ ବ୍ୟାପିଲା: ନ୍ୟୁୟର୍କ ଧୂଆଁରେ ଆଚ୍ଛାଦିତ…

ଓ୍ବାଶିଂଟନ,୮।୬ : : କାନାଡାର ଜଙ୍ଗଲ ଜଳୁଛି। ଜଙ୍ଗଲରେ ସବୁଠୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ୩୩ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଜଙ୍ଗଳ ପ୍ରାଣୀ ଓ ପକ୍ଷୀଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟକ ମଣିଷଙ୍କୁ ମଧ୍ୟ ସେମାନଙ୍କ ଘର ଛାଡ଼ିବାକୁ ପଡ଼ିଛି। ଇତିମଧ୍ୟରେ ଏହି ଜଙ୍ଗଲ ନିଆଁ ଆମେରିକାର ପୂର୍ବ ତଟ ଏବଂ ମଧ୍ୟ-ପଶ୍ଚିମ ଦିଗରେ ବ୍ୟାପିବା ଆରମ୍ଭ କରିଛି।

କାନାଡିଆନ ଅଧିକାରୀମାନେ ଅନ୍ୟ ଦେଶରୁ ଅତିରିକ୍ତ ସହାୟତା ମାଗିଛନ୍ତି। ପ୍ରଦୂଷଣର ବିପଜ୍ଜନକ ସ୍ତର ସହିତ ବାୟୁ ନ୍ୟୁୟର୍କ ମହାନଗର ନିଗମ, କେନ୍ଦ୍ରୀୟ ନ୍ୟୁୟର୍କ ରାଜ୍ୟ ଏବଂ ପେନସିଲଭାନିଆ ଏବଂ ନ୍ୟୁ ଜର୍ସିର କିଛି ଅଂଶରେ ବ୍ୟାପିଛି। ନ୍ୟୁୟର୍କ ଆକାଶ ଧୂଆଁରେ ରେ ଆଚ୍ଛାଦିତ ହୋଇଛି। ପ୍ରଦୂଷିତ ବାୟୁ ବହୁ ପରିମାଣରେ ଉତ୍ତର କାରୋଲିନା ଏବଂ ଇଣ୍ଡିଆନା ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ ହୋଇଛନ୍ତି। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

କାନାଡାର ଅଧିକାରୀମାନେ କହିଛନ୍ତି ଏହା ଦେଶର ସବୁଠାରୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି କରିଛି। କାନାଡାର ରାଜଧାନୀ ଅଟଓ୍ବା ସହରରେ ବହଳ ଧୂଆଁ ବ୍ୟାପିଥିଲା। ଫଳରେ ଅଟ୍ଟୋ ନଦୀ ପାର୍ଶ୍ୱରେ ଥିବା ଅଫିସ ଟାୱାରଗୁଡ଼ିକ ଦୃଶ୍ୟମାନ ହୋଇ ନ ଥିଲା ।

Share