ଭାରତ ବିରୋଧୀ ସ୍ବର ବଦଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟ୍ଟାଓ୍ବା,୨୯।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ଭାରତ କାନାଡାକୁ କଡ଼ା ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବେ ନିଜ ସ୍ବର ବଦଳାଇଛନ୍ତି। କାନାଡା ଭାରତ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଉତ୍ସର୍ଗୀକୃତ ବୋଲି ଟ୍ରୁଡୋ କହିଛନ୍ତି। ଜଷ୍ଟିନ ଟ୍ରୁଡୋ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଭାରତ ବଢୁଥିବା ଅର୍ଥନୈତିକ ଶକ୍ତି ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।
କାନାଡାର ମୋଣ୍ଟ୍ରିଆଲରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେ ବିଶ୍ୱାସ କରନ୍ତି ଯେ ଭାରତ ସହ ସମ୍ପର୍କକୁ ମଜଭୁତ କରିବା କାନାଡା ଏବଂ ଏହାର ସହଯୋଗୀ ଦେଶମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ବିଭିନ୍ନ ଫୋରମରେ ମଧ୍ୟ ଭାରତକୁ ଗୁରୁତ୍ୱ ଦିଆଯାଉଛି । ଭାରତ ଏକ ବଢୁଥିବା ଅର୍ଥନୈତିକ ଶକ୍ତି ଏବଂ ଭୌଗୋଳିକ ଦୃଷ୍ଟିରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆମର ଭାରତ ପ୍ରଶାନ୍ତ ମହାସାଗର ରଣନୀତି ପାଇଁ ଭାରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତ ସହ ସମ୍ପର୍କକୁ ମଜଭୁତ କରିବାକୁ ଆମେ ଅତ୍ୟନ୍ତ ଗମ୍ଭୀର।
ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଟ୍ରୁଡୋ ଭାରତ ବିରୋଧରେ ଗୁରୁତର ଅଭିଯୋଗ କରିବା ପରେ ଉଭୟ ଦେଶର ମଧ୍ୟରେ ତିକ୍ତତା ବଢିଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କାନାଡାର ଏହି ଅଭିଯୋଗ ପରେ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri