ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଟୋରଣ୍ଟୋ,୧।୧୨: ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଏବେ ବିଦେଶରୁ ସମର୍ଥନ ମିଳିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହା ଏକ ଚିନ୍ତା ଜନକ ପ୍ରସଙ୍ଗ ବୋଲି କହିଛନ୍ତି। ଶୀଘ୍ର ଏହାର ସମାଧାନ ହେବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। କାନାଡ଼ା ସବୁବେଳେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ସମର୍ଥନ କରିଥାଏ। ସେହିପରି ଶାନ୍ତିପୂର୍ଣ୍ଣ ଆଲୋଚନା ଉପରେ କାନାଡ଼ା ବିଶ୍ୱାସ କରେ। ଭାରତରେ ଦେଖାଦେଇଥିବା ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ଜଷ୍ଟିନ୍‌ କହିଛନ୍ତି। ଏହା ପୂର୍ବରୁ କାନାଡ଼ା ପ୍ରତିରକ୍ଷା ମନ୍ତ୍ରୀ ହରଜିତ୍‌ ସିଂ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଉପରେ କରାଯାଉଥିବା କ୍ରୁରତା ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଲୋକତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଉପରେ କଠୋର ମନୋଭାବ ପ୍ରଦର୍ଶନ ନ କରିବାକୁ ସେ କହିଥିଲେ।

Share