କପିଲ ଶର୍ମାଙ୍କୁ ଦେଖି ଧାଇଁ ଆସିଲେ କାନାଡ଼ାର ପ୍ରଶଂସକ

ବମ୍ବେ: ଦେଶ ତଥା ବିଦେଶରେ କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେଉଁଠାକୁ ବି ଯାଆନ୍ତି ତାଙ୍କୁ ଦେଖିବାକୁ ଭିଡ ଜମେ। ସେଭଳି କିଛି ଘଟିଛି କାନାଡ଼ାରେ। କପିଲ ଏବେ ପୁରା ଟିମ୍‌ ସହ କାନାଡ଼ା ଯାଇଛନ୍ତି। ସେଠାର ବିମାନବନ୍ଦରରେ ତାଙ୍କର ଭେଟ ଜଣେ କାନାଡିଆନ୍‌ ପ୍ରଶଂସକଙ୍କ ସହ ହୋଇଥିଲା। ସେ ତାଙ୍କୁ ଦେଖିବା ଲାଗି ଦୌଡ଼ି ଦୌଡ଼ି ପହଞ୍ଚିଥିଲେ। ଏହାର ଏକ ଭିଡିଓ କମେଡିଆନ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।

କପିଲ ଶେୟାର କରିଥିବା ଭିଡିଓରେ ପ୍ରଶଂସକଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଯେପରିକି ତାଙ୍କ ଶୋ’ ବିଷୟରେ ସେ କିଭଳି ଜାଣିଛନ୍ତି। ଏହାର ଜବାବରେ ପ୍ରଶଂସକ ୟୁଟ୍ୟୁବରୁ ତାହା ଦେଖିଥିବା କହିଥିଲେ। ହିନ୍ଦୀ ନ ବୁଝିପାରିଲେ ବି ସେ ତାକୁ ଟ୍ରାନ୍ସଲେଟ୍‌ କରି ଦେଖିଥାନ୍ତି। ବାହାରେ ଥିବା ବେଳେ କପିଲ ଆସିଥିବା ସେ ଜାଣିଥିଲେ। ଏହା ଦେଖି ତାଙ୍କୁ ଦେଖିବା ଲାଗି ସେ ଧାଇଁ ଆସିଥିବା କହିଥିଲେ। ଭିଡିଓ ଶେଷରେ କପିଲ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଦିନକୁ ଭଲ କରିଥିବା କହିଥିଲେ।

Share