ଭାରତରେ ପ୍ରସ୍ତାବିତ ବାଣିଜ୍ୟ ମିଶନକୁ ସ୍ଥଗିତ ରଖିଲା କାନାଡା

ଓଟାଓ୍ବା,୧୬।୯: କାନାଡାର ବାଣିଜ୍ୟ ମନ୍ତ୍ରୀ ମେରି ଏନ୍‌ଜି ଭାରତରେ ପ୍ରସ୍ତାବିତ ବାଣିଜ୍ୟ ମିଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସରେ କାନାଡିୟ ମିଶନକୁ ଭାରତ ଆସିବାର ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ପରେ ସର୍ବଶେଷ ଘଟଣାକ୍ରମ ସାମ୍ନାକୁ ଆସିଛି।

ସମ୍ମିଳନୀରେ ଖାଲିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାନାଡିୟ ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୋଙ୍କ ସାମ୍ନାରେ ଦୃଢ ଚିନ୍ତା ପ୍ରକଟ କରିଛନ୍ତି। କୁହାଯାଉଛି ଯେ, ଏହା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଖରାପ କରିଦେଇଛି । ବାଣିଜ୍ୟ ମନ୍ତ୍ରୀ ମେରିଙ୍କ ମୁଖପାତ୍ର ଶାନ୍ତି କୋସେଣ୍ଟିନୋ କହିଛନ୍ତି ଯେ, ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଆଗାମୀ ବାଣିଜ୍ୟ ମିଶନକୁ ସ୍ଥଗିତ ରଖିଛୁ।

Share