Categories: ଜାତୀୟ

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ସମୟରେ ଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ଯେ କାନାଡାର ଖାଲିସ୍ତାନୀ, ବିଶେଷକରି ଲିବରାଲ ପାର୍ଟି ଏବଂ ନ୍ୟୁ ଡେମୋକ୍ରାଟିକ ପାର୍ଟି, ଭାନକୋଭରରେ ପାକିସ୍ତାନର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏଜେଣ୍ଟମାନଙ୍କଠାରୁ ନିୟମିତ ପାଣ୍ଠି ଗ୍ରହଣ କରୁଛନ୍ତି। ସୂତ୍ରରୁ ପ୍ରକାଶ ଖାଲିସ୍ତାନୀ ଉପାଦାନଗୁଡ଼ିକ ଛାତ୍ରୀଛାତ୍ରମାନଙ୍କଠାରୁ ଇମିଗ୍ରେତଶନ ନାମରେ ଟଙ୍କା ନେଉଛନ୍ତି ଏବଂ ଏହାକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି।

ଏହା ବ୍ୟତୀତ ସୂଚନା ମଧ୍ୟ ସାମ୍ନାକୁ ଆସିଛି ଯେଉଁ ଛାତ୍ରୀଛାତ୍ରମାନେ କାନାଡାରୁ ଭାରତ ଫେରିବାକୁ ଚାହୁଁନାହାଁନ୍ତି ସେମାନେ ଖାଲିସ୍ତାନୀ ଗୋଷ୍ଠୀ ଦ୍ୱାରା ଭାରତ ଏବଂ କାନାଡାର ଭାରତୀୟ ଉଚ୍ଚ ଆୟୋଗ ବିରୋଧରେ ବିରୋଧ ପ୍ରଦର୍ଶନ କରିବାରେ କରାଯାଉଛି। ତେବେ ପୁରାତନ କାନାଡିୟମାନେ ଖାଲିସ୍ତାନୀ ଗୋଷ୍ଠୀକୁ ସମର୍ଥନ କରିବା ସପକ୍ଷରେ ନାହାଁନ୍ତି। କିନ୍ତୁ ନୂତନ ଗୋଷ୍ଠୀ ସେମାନଙ୍କ ସ୍ବାର୍ଥ ପାଇଁ ସେମାନଙ୍କୁ ସହଯୋଗ କରୁଛନ୍ତି। ସୂତ୍ର ଆହୁରି ମଧ୍ୟ କହିଛି ୨୦୨୧ ମସିହାରେ ନୂଆଦିଲ୍ଲୀରେ ଥିବା ପ୍ରମୁଖ କୃଷି ବିଲ ଉପରେ କୃଷକଙ୍କ ବିରୋଧ କାନାଡା ଏବଂ ପାକିସ୍ତାନ ସରକାରଙ୍କ ଦ୍ୱାରା ସମର୍ଥିତ ଖାଲିସ୍ତାନୀ ଉପାଦାନ ଦ୍ୱାରା ପ୍ରୋତ୍ସାହିତ ହୋଇଥିଲା।

Share