ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି

ଓଟଓ୍ବା,୨୭।୯: ୩୯ ବର୍ଷ ପୂର୍ବେ କାନାଡାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨ରେ ହୋଇଥିବା ଧମାକାକୁ ନେଇ ତୃତୀୟଥର ଯାଞ୍ଚ୍‌ ଦାବି କରାଯାଉଛି। କନିଷ୍କା ବୋମା ବିସ୍ଫୋରଣ ଯାଞ୍ଚ୍‌ ଦାବି ଭାରତୀୟ ମୂଳର ସାଂସଦ ଚନ୍ଦ୍ରା ଆର୍ଯ୍ୟା ବିରୋଧ କରିଛନ୍ତି। କୁହାଯାଉଛି କି, ଏହା ଭାରତ ବିରୋଧରେ ଏକ ଷଡଯନ୍ତ୍ର। ତୃତୀୟ ଯାଞ୍ଚ୍‌ର ଉଦ୍ଦେଶ୍ୟ ହେଉଛି ଖଲିସ୍ତାନ ଆତଙ୍କବାଦୀଙ୍କୁ ଅଭିଯୋଗରୁ ଆଶ୍ୱସ୍ତି ଦେବା। ଖଲିସ୍ତାନୀ ଆତଙ୍କବାଦୀ ଜୁନ୍‌ ୨୩, ୧୯୮୫ରେ ଏୟାର ଇଣ୍ଡିଆର ବିମାନ ଉପରେ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ହୋଇଥିଲା।

କାନାଡାରେ କନିଷ୍କା ବୋମା ବିସ୍ଫୋରଣରୁ ପୁଣିଥରେ ଯାଞ୍ଚ୍‌ ଦାବିକୁ ନେଇ ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ହିନ୍ଦୁ ସାଂସଦ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପୂର୍ବରୁ ୨ଟି ଯାଞ୍ଚ୍‌ ହୋଇସାରିଛି। ଏହି ୨ଟି ଯାଞ୍ଚ୍‌ରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବୋମା ବିସ୍ଫୋରଣ ପାଇଁ ଦାୟୀ କରାଯାଇଛି। ଏବେ ଷଡଯନ୍ତ୍ର ଥିଓରୀକୁ ପ୍ରୋତ୍ସାହିତ କରୁଥିବା ସଂସଦ ପୋର୍ଟାଲରେ ତୃତୀୟ ଅନୁସନ୍ଧାନ ପାଇଁ ଦାବି ରହିଛି।

କାନାଡାର ଲିବରାଲ ପାର୍ଟିର ସାଂସଦ ସୁଖ ଧଲିୱାଲ କନିଷ୍କା ବିସ୍ଫୋରଣ ଘଟଣାର ନୂତନ ତଦନ୍ତ ଦାବି କରିଛନ୍ତି। ଏହି ଅନୁସନ୍ଧାନ ପୂର୍ବରୁ ଅନ୍ୟ ସବୁ ଅନୁସନ୍ଧାନରେ, ଖଲିସ୍ତାନୀ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ଜଣାପଡିଛି। ପ୍ରଥମ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଯେ ବୋମା ବିସ୍ଫୋରଣରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ତୃତୀୟ ତଦନ୍ତ ଦାବିରେ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri