Categories: ଜାତୀୟ

ଭାରତରୁ କାନାଡା ଯାଉଥିବା ବିମାନ ଉପରେ ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଡେଲ୍ଟା ଭାରିଏଣ୍ଟ ବୃଦ୍ଧି ଘଟଣାକୁ ଦେଖି କାନାଡା ସରକାର ଭାରତରୁ ସିଧାସଳଖ କାନାଡା ଯିବାକୁ ଥିବା ବିମାନ ଉପରେ ଯେଉଁ ପ୍ରତିବନ୍ଧକ ଲାଗିଥିଲା ତାକୁ ଆହୁରି ୩୦ଦିନ ବୃଦ୍ଧି କରି ୨୧ ଅଗଷ୍ଟ ପର୍ଯ୍ୟନ୍ତ କରିଦେଇଛନ୍ତି । ସାର୍ବଜନିନ ସ୍ୱାସ୍ଥ୍ୟକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କାନାଡା ସରକାର କହିଛନ୍ତି ଯଦି ଦେଶରେ ସ୍ଥିତି ସମାନ୍ୟ ରହିଲା ତେବେ ସେପ୍ଟେମ୍ବର ୭ ସୁଦ୍ଧା ଯାତ୍ରୀଙ୍କ ଲାଗି ସୀମା ଖୋଲି ଦିଆଯିବ । ତେବେ ଯେଉଁମାନେ ଟିକା ନେଇଥିବେ କେବଳ ସେଇମାନଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ । ଆହୁରି ମଧ୍ୟ ଟିକା ନେଇଥିବା ଆମେରିକା ନାଗରିକ ଓ କାନାଡାର ସ୍ଥାୟୀ ନାଗରିକଙ୍କୁ ୯ ଅଗଷ୍ଟ ବେଳକୁ ଦେଶରେ ପ୍ରବେଶ ଅନୁମତି ମିଳିବ । ଏମାନେ ଅତିକମ୍‌ରେ ୧୪ ଦିନ ପୂର୍ବରୁ ଟିକା ନେଇଥିବା ଆବଶ୍ୟକ ବୋଲି କାନାଡା ସରକାର ସ୍ପଷ୍ଟ କରିଛନ୍ତି ।

Share