ଭାରତ ସହ ବିବାଦ ମଧ୍ୟରେ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା

ଓଟାଓ୍ବା/ନୂଆଦିଲ୍ଲୀ,୨୦।୯: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କାନାଡା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜମ୍ମୁ-କଶ୍ମୀର ଯାତ୍ରା ନ କରିବାକୁ କହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କାନାଡା ଏହି ନିଷ୍ପତ୍ତି ନେିଥିବା ଜଣାପଡିଛି। ଆଡଭାଇଜରୀରେ କୁହାଯାଇଛି ଯେ, ଜମ୍ମୁ-କଶ୍ମୀରକୁ ଯାଆନ୍ତୁ ନାହିଁ କାରଣ ଏଠାରେ ଆତଙ୍କବାଦ, ଉଗ୍ରବାଦ, ନାଗରିକ ଅଶାନ୍ତି ଏବଂ ଅପହରଣ ହେବାର ଆଶଙ୍କା ରହିଛି।

କାନାଡା ଏହି ଆଡଭାଇଜରୀ ସେତେବେଳେ ଜାରି କରିଛି ଯେତେବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଅଛନ୍ତି। ଏଥିସହ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରାଯାଇଛି।

କାନାଡାର ଏହି ଉତ୍ତେଜନାମୂଳକ ପଦକ୍ଷେପକୁ ନେଇ ଭାରତ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି। କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CAA ଅଧୀନରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୫ା୫: ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଅନୁଯାୟୀ ବୁଧବାର ଗୃହ ମନ୍ତ୍ରଣାଳୟ ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। “ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର...

ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।...

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ, ପୋଲିସର ତନାଘନା

ନୂଆଦିଲ୍ଲୀ,୧୫।୫: ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି। ତେବେ...

‘ଆମେ ୧୦ କିଲୋ ରାଶନ ଦେବୁ’

ନୂଆଦିଲ୍ଲୀ,୧୫।୫: ଦେଶରେ ଲୋକ ସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଶେଷ ହୋଇଛି। ଆଉ ୩ ପର୍ଯ୍ୟାୟର ଭୋଟିଂ ବାକି ଅଛି। ଏମିତିରେ ସମସ୍ତ ଦଳ ପକ୍ଷରୁ...

ମୋଦିଙ୍କ ଭାଷଣ ଶୁଣି ରାଗିକି ନିଆଁବାଣ ପାକିସ୍ତାନ: କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୫: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ ପାକିସ୍ତାନ ଦୃଢ ଆପତ୍ତି ଉଠାଇଛି। ନିକଟରେ ମୋଦି କହିଥିଲେ, ଆମେ ପାକିସ୍ତାନକୁ ଚୁଡ଼ି ପିନ୍ଧାଇବୁ। ପାକିସ୍ତାନର ବୈଦେଶିକ...

ଜୁନ ୪ ପରେ ମୋଦିଙ୍କ ବିଦାୟ ନିଶ୍ଚିତ, ସରକାର ଗଢ଼ିବ ‘ଇଣ୍ଡିଆ’ ମେଣ୍ଟ: ଖାର୍ଗେ

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି। ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ...

ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ଙ୍କୁ ଗିରଫ କରିବା ଅବୈଧ:ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟ ୟୁଏପି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ବେଆଇନ ବୋଲି କହିଛନ୍ତି। ଏଥିସହ ପ୍ରବୀରଙ୍କୁ ମୁକ୍ତ...

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri