Categories: ଖେଳ

ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କୁକୁ ହରାଇବାକୁ ପ୍ରସ୍ତୁତ ହେଉଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚ ଫେବୃୟାରୀ ୨୪ ଲକ୍ଷୌ୍ନର ଅଟଳ ବିହାରୀ ବାଜପେୟୀ ଇକାନା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏବେଭାରତୀୟ ଦଳ ଏଥିପାଇଁ ଜୋରଦାର ଅଭ୍ୟାସ କରିଥିଲେ। ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମ୍‌ରା ଏବଂ ଦଳର ଅନ୍ୟ ଖେଳାଳିଙ୍କ ସମେତ ଅଧିନାକୟ ରୋହିତ ଶର୍ମା ନେଟ ନଜର ଆସିଥିଲେ। ଏହି ସିରିଜ ଜରିଆରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବୁମରା ଫେରୁଛନ୍ତି। ରୋହିତ ବ୍ୟାୟାମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ଦେଖି ତାଙ୍କୁ ସ୍ତ୍ରୀ ରିତିକା ସଜଦେହ ଟ୍ରୋଲ କରିଥିଲେ। ବିଶ୍ୱ କ୍ରିକେଟରେ ହିଟମ୍ୟାନ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ରୋହିତ ଫଟୋ କ୍ୟାପସନରେ ଲେଖିଛନ୍ତି, ଏବେ ଶ୍ରୀଲଙ୍କା ପାଳି। ଏହା ଦେଖି ରିତିକା ଲେଖିଛନ୍ତି, ହଁ-ହଁ, ସବୁକିଛି ଭଲ, କିନ୍ତୁ ଦୟାକରି ମୋତେ କଲ୍‌ ବ୍ୟାକ୍‌ କରିବ କି?
ଉଭୟ ଦଳ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ୧୯ ଥର ଭେଟିଛନ୍ତି। ଏଥିରୁ ୧୩ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ୫ ଟି ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୧୧ ଟି -୨୦ ମ୍ୟାଚ ଖେଳିଛି। ସେଥିରେ ୮ଟି ଭାରତୀୟ ଦଳ ଜିତିଛି।

Share