କେସିଙ୍ଗା ଏନ୍‌ଏସିରେ ବିଜେଡିର ଜୋରଦାର ପ୍ରଚାର

କେସିଙ୍ଗା,୧୭ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଜୋର୍‌ଦାର ପ୍ରଚାର ଚାଲିଛି। ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି କେସିଙ୍ଗା ଏନ୍‌ଏସିରେ ସେତିକି ଜୋରଦାର ପ୍ରଚାର ବିଜେଡି ପକ୍ଷରୁ ଚାଲିଛି। ଗୁରୁବାର ସହରର ୧୦ ଓ ୧୧ ଓ୍ବାର୍ଡରେ ଏନ୍‌ଏସିର ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ,କାଉସିଲର ପ୍ରେରଣା ନାଏକ,ରମାକାନ୍ତ ଜେନାଙ୍କୁ ଜିତାଇବା ପାଇଁ ବିଜେଡିର ତୁଙ୍ଗ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ,ନୂତନ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ
ଜିଲା ସାଧାରଣ ସମ୍ପାଦକ ସୁରେଶ ମହାନନ୍ଦ,ଟାଉନ ସଭାପତି ରମେଶ ପଟ୍ଟନାୟକ, ଯୁବ ସଭାପତି ରଞ୍ଜନ କୁମାର ବେହେରା, ଯୁବନେତା ଶିଲୁ ପରିଡ଼ା,ଜିଲା ଛାତ୍ର ସଭାପତି ସ୍ବାଧୀନ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେଡିର କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଘରକୁ ଘର ବୁଲି ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ ଓ କାଉନସିଲର ପ୍ରାର୍ଥିନୀ ପ୍ରେରଣା ନାଏକ, ରମାକାନ୍ତ ଜେନାଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରାରେ ଓ୍ବାର୍ଡଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି।