‘ଦୋଷୀ ସାବ୍ୟସ୍ତ ହେଲେ ବି ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରହିବ’

ଓ୍ବାଶିଂଟନ,୫ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ। ଟ୍ରମ୍ପ ଏକ ଅଭିଭାଷଣରେ କହିଛନ୍ତି, ମୁଁ ଏହି ଅଭିଯାନ ଛାଡ଼ିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ୨୦୨୦ ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବାରୁ ସେ  ଅନୁସନ୍ଧାନ କରୁଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ଏକମାତ୍ର ରିପବ୍ଲିକାନ ପ୍ରାର୍ଥୀ ଭାବରେ ଉପସ୍ଥାପନ କରିଛନ୍ତି। ଯିଏ ହ୍ବାଇଟ ହାଉସରେ ପହଞ୍ଚି ପାରିବେ। ତେବେ ସେ ନିଜର ସମ୍ଭାବ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସିଧାସଳଖ ସମାଲୋଚନାରୁ ଦୂରେଇ ରହିଥିଲେ। ଆମେ ଯାହା ଆରମ୍ଭ କରିଛୁ ତାହା ଶେଷ କରିବାକୁ ଯାଉଛୁ ବୋଲି ସେ ସମ୍ମିଳନୀରେ ସମର୍ଥକଙ୍କ ଉତ୍ସାହୀ ଜନତାଙ୍କୁ କହିଥିଲେ। ଅନ୍ତିମ ବିଜୟ ପର୍ଯ୍ୟନ୍ତ ଆମେ ଏହି ସଂଗ୍ରାମ ଜାରି ରଖିବୁ।

Share