Categories: ଜାତୀୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ, ୨୭ରେ ମତଦାନ

ଲକ୍ଷ୍ନୌ,୨୫ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏଥିପାଇଁ ମତଦାନ ୨୭ ଫେବୃୟାରୀରେ କରାଯିବ । ସ୍ୱତନ୍ତ୍ର, ନିରପେକ୍ଷ ଓ କୋଭିଡ ନିମୟ ପାଳନ କରି ଏହି ମତଦାନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଏଥର ୧୨ ଜିଲାର ୬୧ ବିଧାନସଭା ଆସନ ପାଇଁ ମତଦାନ କରାଯିବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହାର ଫଳାଫଳ ୧୦ ମାର୍ଚ୍ଚରେ ଆସିବ ।

Share