କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି,୧।୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସ୍କ୍ରିନ ରିକ୍ରିଏଶନ କରିଛି। ଶୁକ୍ରବାର କଟକରୁ ଚାନ୍ଦବାଲି ପଳାସପୁର ବଧିମୁହ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ନେଇ ତଦନ୍ତ ଚାଲିଛି। ପଳାଶପୁର ଗ୍ରାମକୁ ଶର୍ମିଷ୍ଠା ଆସିଥିଲେ କାହିଁକି ଓ ତାଙ୍କ ସହିତ କିଏ କିଏ ଥିଲେ ଏବଂ ମାନସକୁ କିଭଳି ଅପହରଣ କଲେ ଏସବୁ ବିଷୟରେ ମଧ୍ୟ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ।