Categories: ଫୁରସତ

ବ୍ୟକ୍ତିଙ୍କୁ ଟ୍ରାଫିକ୍‌ ରୁଲ୍‌ ଶିଖାଇବା ପାଇଁ ଓଟ ଦେଲା ପାନେ: ଭିଡିଓ ଭାଇରାଲ

ଗାଡି ଚଲାଇବା ସମୟରେ ଟ୍ରାଫିକ୍‌ ନିୟମ ମାନିବା ନିତାନ୍ତ ଆବଶ୍ୟକ। କାରଣ ଏହାକୁ ନ ମାନିଲେ ଦୁର୍ଘଟଣା ହେବାର ଆଶଙ୍କା ଦେଖା ଯାଇଥାଏ। ମାତ୍ର ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ୍‌ ନିୟମ ଭାଙ୍ଗି ଫାଇନ୍‌ ମଧ୍ୟ ଦେଇଥାନ୍ତି। ଆଉକିଛି ଲୋକ ଫାଇନ୍‌ ଦେଇ ମଧ୍ୟ ସୁଧୁରନ୍ତି ନାହିଁ। ଏହିଭଳି ସ୍ଥଳେ କେହି କେହି ସେମାନେ ଘଟାଉଥିବା ଏଭଳି କାଣ୍ଡକୁ କେହି ଦେଖି ପାରୁ ନାହାନ୍ତି ଭାବିବା ସମୟରେ ଓଟ ଅମାନିଆଙ୍କୁ ସାବାଡ କରୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଓଟ ଅମାନିଆ ଗାଡ଼ି ଚାଳକଙ୍କୁ ରୁଲ୍‌ ଶିଖାଇବାକୁ ଯାଇ ପାନେ ଦେଇଛି । ଜଣେ ବାମପାଟେ ଓଭରଟେକ୍‌ କରୁଥିବା ବେଳେ ଓଟ ତାଙ୍କୁ ଗୋଇଠା ମାରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share