ଇମ୍ରାନଙ୍କୁ ହତ୍ୟା କରିବାକୁ ଆସିଥିଲି : ଅଭିଯୁକ୍ତ

ଇସ୍‌ଲାମାବାଦ୍‌,୩।୧୧: ପାକିସ୍ଥାନର ଗୁଜରାନଓ୍ବାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ଜଣଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଁ ଇମ୍ରାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଆସିଥିଲି। ଇମ୍ରାନ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ସହ ଲୋକଙ୍କୁ ମିଛ କଥା କହି ବିଭ୍ରାନ୍ତ କରୁଛନ୍ତି। ତେଣୁ ତାଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଜଣଙ୍କ କହିଛନ୍ତି।

Share