ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି ସହ ଇକୋ ରିଟ୍ରିଟରେ ଥିବା ସ୍ବତନ୍ତ୍ର ଅଗ୍ନିଶମ ଦଳର ଜଣେ କର୍ମଚାରୀ କାହ୍ନୁ ପାତ୍ର ପହଞ୍ଚି ନିଆଁ ଲିଭାବାରେ ସାହାଯ୍ୟ କରିଥିଲେ। ପ୍ରକାଶ ଯେ, ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଏକ ୧୦ ଜଣିଆ ପର୍ଯ୍ୟଟକ ଦଳ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ। ସେମାନେ ସୋମବାରଠାରୁ ବାହାରି ନନ୍‌ ଷ୍ଟପ ଦାରିଙ୍ଗବାଡି ଆସିଥିଲେ। ତେବେ ୫୯ ନଂ ଜାତୀୟ ରାଜପଥର ଶ୍ରାନିକେତା ଗ୍ରାମ ଠାରୁ ମାତ୍ର ଗୋଟିଏ କିମି ଦୂର ଇକୋ ରିଟ୍ରିଟ ନିକଟ ଆମ୍ବଖାଲିଆ ଘାଟିରେ ଗାଡିଟି ଷ୍ଟାର୍ଟ ବନ୍ଦ ହୋଇ ନିଆଁ ହୁତୁ ହୁତୁ ହୋଇ ଜାଳିବା ଆରମ୍ଭ କରିଥିଲା। ଗାଡ଼ିରେ ବସିଥିବା ଚାଳକଙ୍କ ସମେତ ଅନ୍ୟ ୯ ଜଣ ପର୍ଯ୍ୟଟକ ଗାଡିରୁ ଯିଏ ଯେମିତି ପାରିଲା ଡେଇଁ ଓହ୍ଲାଇ ପଡ଼ିଥିଲେ ଏବଂ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ଇକୋ ରିଟ୍ରିଟରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରଥମେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ଯାଇଥିଲେ ଓ ନିଆଁକୁ ଯଥାଶୀଘ୍ର ଆୟତ୍ତ କରି ଏକ ବଡ଼ ଦୁର୍ଘଟଣାରୁ ଉକ୍ତ ଗାଡିକୁ ସୁରକ୍ଷିତ ଭାବେ ନିଆଁ ଲିଭାଇଥିଲେ। ଗାଡି ଚାଳକ ଦୀପକ ନାଥ କହିଛନ୍ତି ଯେ ସେ କୌଣସି ସ୍ଥାନରେ ବୋଲେରୋକୁ ବିଶ୍ରାମ ଦିଆଯାଇନାହିଁ । ଚାନ୍ଦବାଲିରୁ ଆମେ ସିଧା ଦାରିଙ୍ଗବାଡି ଆସିବା ପରେ ଘାଟିରେ ଗାଡି ଷ୍ଟାର୍ଟ ବନ୍ଦ ହୋଇଯିବା ସହ ନିଆଁ ଲାଗିଥିଲା ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri