ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ,ଉକ୍ତ ଗ୍ରାମରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସମୟରେ ମଦର ବ୍ୟବସ୍ଥା କରାଯାଇଥିଲା। ପରେ ଗ୍ରାମର ଅନେକ ଲୋକ ଏହାକୁ ସେବନ କରିଥିଲେ। କିଛି ସମୟ ପରେ ସେମାନଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ ମୃତ୍ୟୁବରଣ କରିଥିଲେ।
ଗତ ଜୁନ୍‌ ମାସରେ ମଧ୍ୟ କାମ୍ବୋଡିଆର ବେଣ୍ଟି ମିଚେ ରାଜ୍ୟରେ ଚାଉଳରୁ ନିର୍ମିତ ମଦ୍ୟପାନ ଯୋଗୁ ୭ଜଣ ମୃତ୍ୟୁ ଘଟିଥିଲା। ୩୦ ରୁ ଅଧିକ ଲୋକ ଗୁରୁତର ହୋଇଥିଲେ।

Share